ନିରପେକ୍ଷ(ଭୁବନେଶ୍ୱର) : ସହୀଦନଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସଞ୍ଜୟ କୁମାର ସାହୁଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ଏସ କେ ମୁସ୍ତାକିନ(21 ) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ନିଜ ଅଟୋକୁ ସହୀଦନଗର ଅନ୍ତର୍ଗତ ଭେଟେରିନାରୀ ହସ୍ପିଟାଲ ନିକଟରେ ପାର୍କିଂ କରି ନିକଟସ୍ଥ ଦୋକାନରେ ଚା ପିଉଥିଲେ । ଏହି ସୁଯୋଗରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ଅଟୋରୁ ବ୍ଯାଟେରୀ ଚୋରୀ କରି ନେଇ ଯାଉଥିବା ସମୟରେ ଅଭିଯୋଗକାରୀଙ୍କ ନଜରରେ ପଡିଥିଲେ । ଏହା ଦେଖି ଅଭିଯୋଗକାରୀ ଜଣକ ପାଟିକରିବା ସହିତ ଉପସ୍ଥିତ କିଛି ଲୋକଙ୍କ ସହ ମିଶି ଅଭିଯୁକ୍ତଙ୍କର ପିଛା କରି ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଉକ୍ତ ବ୍ଯାଟେରୀ ସହ ତାଙ୍କୁ ପୁଲିସ ଜିମା ଦେଇଥିଲେ ।

ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଜଣେ ଅଭ୍ଯାସଗତ ଅପରାଧୀ ଥିବା ତଦନ୍ତରୁ ଜଣାପଡିଛି । ତାଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ମୋଟ ୯ଟି ରୁ ମଧ୍ୟ ଅଧିକ ଅପରାଧିକ ମାମଲା ରହିଛି ।
