Home Breaking News ଋଣ ପରିଶୋଧ କରିନପାରି ଆତ୍ମହତ୍ୟା କଲେ ଚାଷୀ

ଋଣ ପରିଶୋଧ କରିନପାରି ଆତ୍ମହତ୍ୟା କଲେ ଚାଷୀ

by Admin
0 comment

କାମାକ୍ଷାନଗର (ନିରପେକ୍ଷ): ଭୁବନ ବ୍ଲକ ଅନ୍ତର୍ଗତ ଅରଖ ପାଳ ଗ୍ରାମ ପଂଚାୟତ ଖୁରୁଷିଆ ଗ୍ରାମର କେଶବ ମାଳିକ ଋଣ ପରିଶୋଧ ନକରିପାରିବା ଚିନ୍ତାରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ଚାଷୀ ଜଣକ ହେଲେ କାମାକ୍ଷାନଗର ଥାନା ଖୁରୁଶିଆ ଗ୍ରାମର କେଶବ ମଲ୍ଲିକ ।

ସୂଚନା ମୁତାବକ ମୃତ ଚାଷୀ ତିନୋଟିି ଘରୋଇ ବ୍ୟାଙ୍କ ଯଥା ସମସ୍ତ ବ୍ୟାଙ୍କ, ଗ୍ରାମିଣ କୋଟା ଓ ବନ୍ଧନ ବ୍ୟାଙ୍କରୁ ଧାନ ଚାଷ ପାଇଁ ୭୦ ହଜାର ଟଙ୍କା ଋଣ ଆଣିଥିଲେ। ଏହା ସହ ଗ୍ରାମରୁ ହାତ ଉଧାର ମଧ୍ୟ ଆଣି ଧାନ ଚାଷ କରିଥିଲେ। ଧାନର ଅମଳ ବେଳେ ଅମଳର ପରିମାଣ କମିଯିବାରୁ ସେ କିପରି ଋଣ ପରିଷୋଧ କରିବେ ସେନେଇ ଚିନ୍ତାରେ ଥିଲେ। ଆଜି ବେଙ୍ଗେଳା ହେଉଥିଲା ସେହି ସମୟରେ ଧାନ କମ ଅମଳ ହୋଇଥିବାର ଜାଣିପାରି ପାଣି ପିଇବା ବାହାନାରେ ଘରକୁ ଆସି ପାଇଖାନା ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଦିର୍ଘ ସମୟ ଧରି ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଦେଖିଲାବେଳକୁ ପାଇଖାନା ନିକଟରେ ତାଙ୍କୁ ଝଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଉଦ୍ଧାର କରି ପୋଲିସକୁ ଖବରଦେଇ ଥିଲେ। ଖବରପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc