Home Breaking News ମରଣାନ୍ତକ ଆକ୍ରମଣ ଅଭିଯୋଗରେ ନାରାୟଣ ଦାସ ଗିରଫ

ମରଣାନ୍ତକ ଆକ୍ରମଣ ଅଭିଯୋଗରେ ନାରାୟଣ ଦାସ ଗିରଫ

by Admin
0 comment

ବାଲିଅନ୍ତା (ନିରପେକ୍ଷ): ବାଲିଅନ୍ତା ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁକରି ତଦନ୍ତ କରିବା ସହିତ ନାରାୟଣ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଏବଂ ନାରାୟଣ ଦାସ ଗୋଟିଏ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ପରସ୍ପରର ପଡୋଶୀ । ଗତ ତା.୧୩.୦୧.୨୦୨୪ ରିଖ ଅପରାହ୍ନରେ ଅଭିଯୋଗକାରିଣୀଙ୍କ ବାପା ଘର ପଛ ପାଖକୁ ଯାଇଥିବା ବେଳେ ସେଠାରେ ନାରାୟଣ ଦାସ ଏବଂ ତାଙ୍କ ସାନ ପୁଅ ନିଜ ପୋଷା କୁକୁରକୁ ବୁଲାଉ ଥିବାର ଦେଖିଥିଲେ । ତାଙ୍କୁ ସେଠାରେ ଦେଖି ଉଭୟ ଅଭିଯୁକ୍ତ ହଠାତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ । ସେ ଏହାର ବିରୋଧ କରିବାରୁ ଉଭୟ ଅଭିଯୁକ୍ତ ତାଙ୍କୁ ଶାବଳ ଏବଂ ଲୁହାଛଡ଼ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପାଟି ଶୁଣି ଅଭିଯୋଗକାରିଣୀ ଏବଂ ତାଙ୍କ ମା ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ କରିଥିଲେ । ଏହି ସମୟରେ ଅଭିଯୁକ୍ତ ଦ୍ୱୟ ଅଭିଯୋଗକାରିଣୀଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଅଭିଯୋଗକାରିଣୀ ଜଣକ ପୁଲିସ କଣ୍ଟ୍ରୋଲ ରୁମ୍କୁ ଫୋନ କରିଥିଲେ ।

ସୂଚନା ପାଇ ପିସିଆର ଘଟଣା ସ୍ଥଳରେ ପହଞ୍ଚିବା ଦେଖି ଉଭୟ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଅଭିଯୋଗକାରିଣୀ ଜଣକ ପିସିଆର ସହାୟତାରେ ବାପାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଘଟଣାର ଅଭିଯୋଗ ପରେ, ପୁଲିସ ମାମଲାର ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପ୍ରତାପ ଶାସନ ଅଞ୍ଚଳରେ ଚଢଉ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଘଟଣାରେ ବ୍ଯବହୃତ ଏକ ଶାବଳକୁ ମଧ୍ୟ ଜବତ କରିଥିଲେ । ପଚରାଉଚରା ବେଳେ, ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ ଲାଗି ଚଢଉ ଜାରି ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc