ନିରପେକ୍ଷ : ଭରତପୁର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁକରି ତଦନ୍ତ କରିବା ସହିତ କୈଳାଶ ନାୟକ(ମୁନା)ବୟସ 20ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ଏକ ବେସରକାରୀ ଡାକ୍ତରଖାନାରେ ଲ୍ୟାବ-ଟେକନିସିଆନ ଭାବେ କାର୍ଯ୍ୟ କରନ୍ତି । ଗତ କାଲି ସକାଳେ ସେ ନିଜ କର୍ମସ୍ଥଳକୁ ଯାଉଥିବା ବେଳେ ରାସ୍ତାରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ପଛପାଖରୁ ଆସି ହଠାତ ତାଙ୍କୁ ଏକ ଶକ୍ତ ଧକା ପକାଇବା ସହ ତାଙ୍କ ନିକଟରୁ ତାଙ୍କ ମୋବାଇଲ ଫୋନକୁ ଛଡାଇ ନେଇଯାଇଥିଲେ ।
