ନିରପେକ୍ଷ : ଭରତପୁର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁକରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ଭରତପୁର ଥାନା ଅନ୍ତର୍ଗତ ସତ୍ୟନଗର ଅଞ୍ଚଳରେ ରୁହନ୍ତି । ଗତକଲି ରାତିରେ ସୁରଜ ଚେତ୍ରୀ ଅଭିଯୁକ୍ତ ଜଣକ ଅନ୍ଧାରର ସୁଯୋଗ ନେଇ ଅଭିଯୋଗକାରିଣୀଙ୍କ ଘରେ ପଶିବା ସହିତ ଘରେ ଥିବା କିଛି ପିତ୍ତଳ ପୂଜା ସାମଗ୍ରୀକୁ ଚୋରୀକରି ନେଇଯାଇଥିଲେ ।
