ନିରପେକ୍ଷ : ଭରତପୁର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସତ୍ୟବାଦୀ ପ୍ରଧାନଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁକରି ତଦନ୍ତ କରିବା ସହିତ ନାରାୟଣ ପ୍ରଧାନ ବୟସ 33 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଫୁଲେଶ୍ଵରୀ ବସ୍ତି ନିକଟରେ ଏକ ପ୍ଳଟ ଅଛି । ଗତକାଲି ଅପରାହ୍ନରେ ସେ ଉକ୍ତ ପ୍ଳଟକୁ ଯାଉଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କୁ ରାସ୍ତାରେ ଜୋରଜବରଦସ୍ତ ଅଟକାଇବା ସହିତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗଳିଗୁଲଜ କରିଥିଲେ । ଅଭିଯୋଗକାରୀ ତାଙ୍କୁ ବିରୋଧ କରିବାରୁ, ଅଭିଯୁକ୍ତ ଜଣକ ହଠାତ ଉତ୍ତ୍ୟକ୍ତ ହୋଇ ପାଖରେ ପଡିଥିବା ଏକ ପଥର ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ମୋବାଇଲ ଫୋନକୁ ଛଡାଇ ନେଇଯାଇଥିଲେ ଏବଂ ତାଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ ।
