Home Crime ଆସାମୀ ଅନିଲ ବଳ ଓ ମଣ୍ଟୁ ପାଇକରାୟଙ୍କୁ ସଜା ଶୁଣାଇଲେ ବିଚାରପତି

ଆସାମୀ ଅନିଲ ବଳ ଓ ମଣ୍ଟୁ ପାଇକରାୟଙ୍କୁ ସଜା ଶୁଣାଇଲେ ବିଚାରପତି

by Admin
0 comment

ଭୁବନେଶ୍ୱର (ନିରପେକ୍ଷ): ଆଜି ଭୁବନେଶ୍ବର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୨ ର ବିଚାରପତି ଶ୍ରୀ ଗିରିଶ ଚନ୍ଦ୍ର ମୁଦୁଲି, ଓ ଭୁବନେଶ୍ବର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୫ ର ବିଚାରପତି ଶ୍ରୀ ସବ୍ୟସାଚୀ ପଣ୍ଡା ଦୁଇଟି ପୃଥକ ଚୋରୀ ମାମଲାର ବିଚାର କରି ଆସାମୀ ଅନିଲ ବଳ ଓ ମଣ୍ଟୁ ପାଇକରାୟଙ୍କୁ ସଜା ଶୁଣାଇଛନ୍ତି । ଅଭିଯୋଗକାରୀ ଡୋମି ମଣ୍ଡଳ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ବିହାରୀ ଗ୍ଯାସ କମ୍ପାନୀରେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଗତ ତା.୨୮.୧୦.୨୦୨୩ ରିଖ ଦିନ ଅଭିଯୁକ୍ତ ଅନିଲ ବଳ କମ୍ପାନୀ ମେସରେ ପଶି ଦୁଇଟି ଗ୍ଯାସ ସିଲିଣ୍ଡର ଚୋରୀ କରୁଥିବା ସମୟରେ ଅଭିଯୋଗକାରୀ ଜଣକ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ଜିମା ଦେଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଅଭିଯୋଗକାରୀଙ୍କର ଅଭିଯୋଗ ଭିତ୍ତିରେ ମଞ୍ଚେଶ୍ଵର ଥାନା କେସ ନଂ- ୪୫୭/୨୦୨୩ ଦଫା- ୩୭୯ ରେ ମାମଲା ରୁଜୁ କରାଯିବା ସହିତ ଥାନାର ତତ୍କାଳୀନ ଆସିଷ୍ଟାଣ୍ଟ-ସବ-ଇନ୍ସପେକ୍ଟର ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଶ୍ରୀ ପ୍ରଧାନ ଏହି ମାମଲାକୁ ସଠିକ ଭାବରେ ତଦନ୍ତ କରିବା ସହିତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ସେହିପରି ଅଭିଯୋଗକାରୀ ଶ୍ରୀ ବିଶ୍ଵମୋହନ ରାଉତ ଖଣ୍ଡଗିରି ଥାନା ଅନ୍ତର୍ଗତ ସୌଭାଗ୍ୟ ନଗର ଅଞ୍ଚଳରେ ରହୁଥିଲେ । ଗତ ତା.୦୬.୧୦.୨୦୨୩ ରିଖ ଦିନ ଅଭିଯୁକ୍ତ ମଣ୍ଟୁ ପାଇକରାୟ ଅଭିଯୋଗକାରୀଙ୍କ ଘରର ଝରକା ଜାଲି କାଟି ଭିତରେ ଥିବା ଦୁଇଟି ମୋବାଇଲ ଫୋନ, ଚାର୍ଜର, ମନିପର୍ସ ଏବଂ ଇୟରଫୋନ ଚୋରୀ କରି ନେଇଯାଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଅଭିଯୋଗକାରୀଙ୍କର ଅଭିଯୋଗ ଭିତ୍ତିରେ ଖଣ୍ଡଗିରି ଥାନା କେସ ନଂ- ୪୨୯/୨୦୨୩ ଦଫା- ୩୮୦ ରେ ମାମଲା ରୁଜୁ କରାଯିବା ସହିତ ଥାନାର ତତ୍କାଳୀନ ଆସିଷ୍ଟାଣ୍ଟ-ସବ-ଇନ୍ସପେକ୍ଟର ଶ୍ରୀ ବିଶ୍ବଜିତ ସାମନ୍ତରାୟଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଶ୍ରୀ ସାମନ୍ତରାୟ ଏହି ମାମଲାକୁ ସଠିକ ଭାବରେ ତଦନ୍ତ କରିବା ସହିତ ସମ୍ପୃକ୍ତ ଅଭିଯୁକ୍ତ ମଣ୍ଟୁ ପାଇକରାୟଙ୍କୁ ଖୁବ ଶୀଘ୍ର ଗିରଫ କରିବାରେ ସକ୍ଷମ ହୋଇଥିଲେ ।

ଉଲ୍ଲେଖ ଯୋଗ୍ୟ ଯେ, ଉପରୋକ୍ତ ଦୁଇ ଅଭିଯୁକ୍ତ ଅଭ୍ଯାସଗତ ଅପରାଧୀ ହୋଇଥିବା ବେଳେ ଅନେକ ଲୁଟ ଓ ଚୋରୀ ମାମଲାରେ ସମ୍ପୃକ୍ତ ଥିଲେ । ଉପରୋକ୍ତ ଦୁଇଟି ମାମଲାର ବିଚାର କରି ମାନ୍ୟବର ଅଦାଲତ ସାକ୍ଷୀ ମାନଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଅନିଲ ବଳଙ୍କୁ ଦୋଷୀ ସାବ୍ୟସ୍ତ କରି ସର୍ବାଧିକ ୬ ମାସ କାରାଦଣ୍ଡାଦେଶ ସହିତ ୫୦୦ ଟଙ୍କା ଜୋରିମନା ଆଦେଶ ଦେଇଥିବା ବେଳେ ଅଭିଯୁକ୍ତ ମଣ୍ଟୁ ପାଇକରାୟଙ୍କୁ ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦୦୦ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଉପରୋକ୍ତ ଦୁଇଟି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ଗଞ୍ଜନ ଶବର ଓ ନିରଞ୍ଜନ ବେହେରା ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ସମୁଦାୟ ୮୨ଟି ମାମଲାର ଶୁଣାଣି କରାଯାଇ ଦୋଷୀ ମାନଙ୍କୁ ସଜା ଦିଆଯାଇସାରିଥିବା ବେଳେ ଆଜି ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ତରଫରୁ ଚଳିତ ବର୍ଷର ତୃତୀୟ ଓ ଚତୁର୍ଥ ମାମଲାର ଶୁଣାଣି କରାଯାଇ ଦୋଷୀଙ୍କୁ ସଜା ଦିଆଯାଇଛି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc