Home Breaking News ଚୋରି ଅଭିଯୋଗରେ ପ୍ରକାଶ ବିଷୋୟୀ ଗିରଫ

ଚୋରି ଅଭିଯୋଗରେ ପ୍ରକାଶ ବିଷୋୟୀ ଗିରଫ

by Admin
0 comment

ମଞ୍ଚେଶ୍ୱର (ନିରପେକ୍ଷ): ମଞ୍ଚେଶ୍ଵର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ପ୍ରଦୀପ୍ତ କୁମାର ପରିଜାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରକାଶ ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଏବଂ ତାଙ୍କର ଜଣେ ସମ୍ପର୍କୀୟ ପାଣ୍ଡରା ଛକରେ ଠିଆ ହୋଇଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀ ସେଠାକୁ ଆସି ଅଭିଯୋଗକାରୀଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହିତ ତାଙ୍କ ନିକଟରୁ ଏକ ଦାମୀ ମୋବାଇଲ ଫୋନ ଏବଂ ୭୫୦୦ ଟଙ୍କା ଜୋରଜବରଦସ୍ତ ଛଡାଇ ନେଇଯାଇଥିଲେ ।

ଘଟଣାର ଅଭିଯୋଗ ପରେ, ପୁଲିସ ମାମଲାର ତଦନ୍ତ କରିବା ସହ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପଳାଶୁଣି ଛକ ଅଞ୍ଚଳରେ ଚଢାଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଛାନଭିନ କରି ତାଙ୍କ ନିକଟରୁ ଲୁଟ ମୋବାଇଲ ଫୋନ ଏବଂ ୭୨୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ବେଳେ, ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ପ୍ରକାଶ ବିଶୋୟୀ ଓରଫ ପାକ ଜଣେ ଅଭ୍ଯାସଗତ ଅପରାଧୀ ଅଟନ୍ତି। ତାଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ୩୨ଟି ରୁ ଅଧିକ ଅପରାଧିକ ମାମଲା ରହିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc