ନିରପେକ୍ଷ (ଲକ୍ଷ୍ମୀସାଗର): ଲକ୍ଷ୍ମୀସାଗର ଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରୟ ଅଭିଯୋଗରେ ଅଭିଯୁକ୍ତା ସୁମିତ୍ରା ସାମନ୍ତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଲକ୍ଷ୍ମୀସାଗର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ପାଟ୍ରୋଲିଂ ଟିମ୍ ଥାନା ଅନ୍ତର୍ଗତ ବୁଦ୍ଧନଗର ବେହେରା ସାହିରେ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରୟ କରିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତାଙ୍କୁ ଗିରଫ କରିଥିଲେ।
