ନିରପେକ୍ଷ(ଭୁବନେଶ୍ୱର)୧୭/୦୧ :ଏୟାରପୋର୍ଟଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରୟ ଅଭିଯୋଗରେ ଦିଲେସ ଦୋରା (36) ଗଜେନ୍ଦ୍ର ନାୟକ (24) ଅଭିଯୁକ୍ତଦ୍ୱୟଙ୍କୁଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଏୟାରପୋର୍ଟ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ପାଟ୍ରୋଲିଂ ଟିମ୍ ଥାନା ଅନ୍ତର୍ଗତ କାର୍ଗିଲ ବସ୍ତିର ମଦନମୋହନ ସାହି ଓ କେଳା ସାହିରେ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରୟ କରିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ତଲାସି ବେଳେ ଅଭିଯୁକ୍ତଙ୍କ ହେପାଜତରୁ ପ୍ଲାଷ୍ଟିକ ବୋତଲରେ ମୋଟ ୧୩.୫୦୦ ଓ ୧୧.୨୫୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା । ପଚରା ଉଚରା ବେଳେ, ଅଭିଯୁକ୍ତ ଦୁହେଁ ଏହି ଦେଶୀ ମଦ ବିକ୍ରୟ ନେଇ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ବେଳେ, ଉକ୍ତ ଦେଶୀ ମଦକୁ ବେଆଇନ ଭାବରେ ସର୍ବସାଧାରଣରେ ବିକ୍ରୟ କରୁଥିବା ନେଇ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
