ନିରପେକ୍ଷ(ଭୁବନେଶ୍ୱର)୧୭/୦୧ : ଭରତପୁର ଥାନା ପୁଲିସ ଅଭିଯୋଗକାରୀ କାହ୍ନା ସାହୁଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ରମେଶ ଚନ୍ଦ୍ର ଭୂଜବଳ ଆଉ ରାଜେସ ଦାସ ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଗୋଟିଏ ଘରୋଇ କମ୍ପାନୀରେ ଡେଲିଭେରୀ କାର୍ୟ୍ୟ କରନ୍ତି । ଗତ କାଲି ତା ୧୬.୦୧.୨୦୨୪ ରିଖରେ ସେ ଖଣ୍ଡଗିରି ବାରି ସ୍ଥିତ ଓଂକାର ରେସିଡେନ୍ସିରେ୨ଟି ପାର୍ସେଲ ଦେବାକୁ ଯାଇଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଦ୍ୱୟ ତାଙ୍କର ୨ଟି ପାର୍ସେଲରେ ଥିବା ୨ଟି ଚିଆ ମଞ୍ଜିର ବଟଲ୍ ଓ ପକେଟରୁ ଗୋଟିଏ ମୋବାଇଲ ଫୋନ ବଳପୂର୍ବକ ଲୁଟ କରି ନେଇ ଯାଇଥିଲେ।
