Home Uncategorized ସୁନାଚେନ ଜୋରଜବରଦସ୍ତ ଛିଣ୍ଡାଇ ନେବାଲାଗି ଉଦ୍ୟମ ଅଭିଯୋଗ ଭିତ୍ତିରେ ମୈତ୍ରୀବିହାର ଥାନା ପୁଲିସ ଅଭିଯୁକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି

ସୁନାଚେନ ଜୋରଜବରଦସ୍ତ ଛିଣ୍ଡାଇ ନେବାଲାଗି ଉଦ୍ୟମ ଅଭିଯୋଗ ଭିତ୍ତିରେ ମୈତ୍ରୀବିହାର ଥାନା ପୁଲିସ ଅଭିଯୁକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି

by Admin
0 comment

ନିରପେକ୍ଷ : ମୈତ୍ରୀବିହାର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ପ୍ରତୀକ କୁମାର ଜେନାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ବବୁଲ ଦିଗାଲ (ରାଜ) ବୟସ ୧୯ ,ରାଜା ପାତ୍ର (ବୟସ )୨୧ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ତା.୧୧.୦୧.୨୦୨୪ ରିଖ ଦିନ ମଧ୍ୟାହ୍ନରେ ଅଭିଯୋଗକାରୀ ଜଣକ ଭିଡିଓ ଏଡିଟିଂ କରିବା ଲାଗି ସାଲିଆସାହିସ୍ଥିତ ଆଦିବାସୀ ଗ୍ରାମରେ ଥିବା ନିଜର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ । ସେଠାରେ ପହଞ୍ଚିବା କ୍ଷଣି ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ତାଙ୍କ ବେକରୁ ସୁନାଚେନ ଜୋରଜବରଦସ୍ତ ଛିଣ୍ଡାଇ ନେବାଲାଗି ଉଦ୍ୟମ କରିଥିଲେ । ଅଭିଯୋଗକାରୀ ଜଣକ ସୁନାଚେନ୍କୁ ନିଜ ହାତରେ ଧରି ରଖି ସେମାନଙ୍କର ବିରୋଧ କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ଅଭିଯୁକ୍ତ ବବୁଲ ଦିଗାଲ (ରାଜ) ବୟସ ୧୯ ,ରାଜା ପାତ୍ର (ବୟସ )୨୧ ତାଙ୍କୁ ଖୁବ ଜୋରରେ ଠେଲି ଦେଇଥିଲେ, ଯାହାଫଳରେ ଚେନଟି ଆଧାରୁ ଛିଣ୍ଡିଯାଇଥିଲା ଏବଂ ଛିଣ୍ଡି ଯାଇଥିବା ଅଧା ଚେନଟିକୁ ନେଇ ଉଭୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଅଭିଯୋଗକାରୀ ଏନେଇ ମୈତ୍ରୀବିହାର ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୁଲିସ ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଆଦିବାସୀ ଗାଁ ନିକଟସ୍ଥ ବଲ୍ ପଡ଼ିଆ ନିକଟରେ ଚଢଉ କରି ନିମ୍ନୋକ୍ତ ଦୁଇ ବବୁଲ ଦିଗାଲ (ରାଜ) ବୟସ ୧୯ ,ରାଜା ପାତ୍ର (ବୟସ )୨୧ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କର ହେପାଜତରୁ ଅଭିଯୋଗକାରୀଙ୍କ ଅଧା ଛିଣ୍ଡା ସୁନାଚେନଟିକୁ ଜବତ କରିଥିଲେ । ପଚାର ଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ନିଜର ଅପରାଧ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ବବୁଲ ଦିଗଲ ଓରଫ ରାଜଙ୍କ ନାମରେ ମୈତ୍ରୀବିହାର ଥାନାରେ ଦୁଇଟି ମାମଲା ରହିଥିବା ବେଳେ ନୟାପଲ୍ଲୀ ଥାନାରେ ମଧ୍ୟ ଗୋଟିଏ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc