ନିରପେକ୍ଷ : ନୟାପଲ୍ଲୀ ଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ନୟାପଲ୍ଲୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ୍ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ରାଜେଶ ପୃଷ୍ଟି (ବୟସ ୫୦) ଜଣକ ଥାନା ଅନ୍ତର୍ଗତ ନୀଳକଣ୍ଠନଗର, ମୁଣ୍ଡାସାହିରେ, ବେଆଇନ ଦେଶୀ ମଦ ବିକ୍ରୟ କରିବା ନେଇ ବିଶେଷ ସୂତ୍ରରୁ ସୂଚନା ହସ୍ତଗତ ହୋଇଥିଲା ।
