(ନିରପେକ୍ଷ):ଚମ୍ପୁଆ/୧୩।୧ : ଚମ୍ପୁଆରାମୁଲା ସ୍ଥିତ ଚନ୍ଦ୍ରଶେଖର ଇଁରାଜୀ ମାଧ୍ୟମ ବିଦ୍ୟାଲର ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମା ତାରିଣୀ ଓ ଅଗ୍ରଜ ଗଜାନନଙ୍କ ଚରଣାବିନ୍ଦରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ପରେ ସ୍ଵାଗତସଂଗିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏହା ପରେବିଦ୍ୟାଳୟର ଅତିରିକ୍ତ ଉପାଧ୍ୟକ୍ଷା ଶତାବ୍ଦୀ ନାୟକ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲା ବେଳେ, ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାନସଭା ସଦସ୍ୟ ଧନୁର୍ଜୟଲାଗୁରୀ, ସମ୍ମାନିତ ଅତିଥି ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ଅବସର ପ୍ରାପ୍ତ ପ୍ରଫେସର ପଦ୍ମଲୋଚନ ମହାନ୍ତ, ରେଭେନସା ବିଶ୍ଵବିଦ୍ୟାଳୟ ପ୍ରଫେସର ଡଃ ସିଦ୍ଧାର୍ଥ ଭରଦ୍ୱାଜ ରସାୟନ ବିଭାଗ, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରଫେସର ମନୋରଞ୍ଜନ ରାଓତ ପ୍ରଭୃତି ଉପସ୍ଥିତ ଥିଲେ । ବିଦ୍ୟାଳୟର ସଂପାଦକ କେଶବ ଚନ୍ଦ୍ର ମହାନ୍ତ ବିବରଣି ପଠନ କରିଥିବାବେଳେ ମୁଖ୍ୟଅତିଥି ଶ୍ରୀଯୁକ୍ତ ଲାଗୁରୀ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ରାମୁଲା ଏକଶିକ୍ଷା କେନ୍ଦ୍ର ଓଆଦର୍ଶ ଅନୁଷ୍ଠାନ ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ଏକ ମାର୍ଗ ବୋଲି ମତ ପୋଷଣ କରିଥିଲେ ।
