Home news ଆସିକା ଏନ୍.ଏ. ସି ର ୧୮ ଟି ୱାର୍ଡରେ ପରିଭ୍ରମଣ କରିବ ଶ୍ରୀଜଗନ୍ନାଥ ଅର୍ପଣ ରଥ

ଆସିକା ଏନ୍.ଏ. ସି ର ୧୮ ଟି ୱାର୍ଡରେ ପରିଭ୍ରମଣ କରିବ ଶ୍ରୀଜଗନ୍ନାଥ ଅର୍ପଣ ରଥ

by Admin
0 comment

ନିରପେକ୍ଷ(ଆସ୍କା) ୦୭/୦୧/୨୪ : ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ଆସନ୍ତା ଜନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଐତିହାସିକ ଶୁଭ ଅବସରରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜନସାଧାରଣଙ୍କୁ ଅଂଶୀଦାର କରିବାର ଲକ୍ଷ୍ୟନେଇ ଶ୍ରୀଜଗନ୍ନାଥ ଅର୍ପଣ ରଥ ଶନିବାର ଠାରୁ ଗାଁ ରୁ ସହର ଯାଏଁ ବୁଲିବା ଆରମ୍ଭ କରିଛି।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏନ. ଏ. ସି କାର୍ଯୟନିର୍ବାହୀ ଅଧିକାରୀଙ୍କ ଲୋକନାଥ ବେଚ, ଏନ୍.ଏ.ସି ଅଧ୍ୟକ୍ଷା ବିନିତା ସ୍ୱାଇଁ ଓ ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାନୁଆରୀ ୬ ତାରିଖ ରୁ ୧୫ ପର୍ଯ୍ୟନ୍ତ ଆସିକା ଏନ୍.ଏ.ସି ର ବିଭିନ୍ନ ୱାର୍ଡ ଗୁଡ଼ିକରେ ଏହି ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିବ l

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ୱାର୍ଡର ପ୍ରତେକ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଜାନୁଆରୀ ୧୭ ତାରିଖ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରାଯିବ l ତେବେ ଆଜି ସଂକୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, ହରିବୋଲ ଓ ହୁଳହୁଳି , ଦୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରାଯାଇ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l

ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ସହ ଏହି ରଥ ଆଜି ଆସିକା ଏନ୍. ଏ. ସି ର ଏକ ରୁ ତିନି ୱାର୍ଡ ପର୍ଯ୍ୟନ୍ତ ପରିଭ୍ରମଣ କରିବ l ତେବେ ପ୍ରତ୍ୟେକ ୱାର୍ଡର ଲୋକ ମାନେ ଅର୍ପଣ ରଥକୁ ପୁଷ୍ପ ଧୂପଦୀପ ଦେଇ ସ୍ୱାଗତ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc