ନିରପେକ୍ଷ(ଭୋଗରାଇ) ୦୭/୦୧/୨୪ : ଆଜି ରବିବାର ଦିନ ଦଶ ଘଟିକା ସମୟରେ ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଉଘାଟିତ୍ ହୋଇ ଯାଇ ଅଛି ।
ସାତ ଭାଗରେ ବିଭକ୍ତ ହୋଇଥିବା ଏହି ରଥକୁ ଭୋଗରାଇ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାକାନ୍ତ ପରିଡା , ବ୍ଲକ ଅଧ୍ୟକ୍ଷ ପ୍ରବୀର ଗିରି ଓ ଉପାଧ୍ୟାକ୍ଷା ମୀନାରାଣୀ ଶାସମଲ ଶୁଭାରମ୍ଭ କରିଥିଲେ ।ଏହି ରଥ ସାତ ତାରିଖରୁ ବାହାରି 14ତାରିଖ ପର୍ଯ୍ୟନ୍ତ ବ୍ଲକ ଅଞ୍ଚଳର 50 ଗୋଟି ଗ୍ରାମ ପଞ୍ଚାୟତ ର ସମସ୍ତ ରାଜ୍ୱସ ଗ୍ରାମ ପରିଭ୍ରମଣ କରି ପ୍ରତି ଘରୁ ମୁଠେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ ବୋଲି ଜଣା ପଡିଛି ।

ପରିକ୍ରମା ରଥ ଯେଉଁ ଗ୍ରାମରେ ରେ ପହଞ୍ଚିବ ସେହି ଠାରେ କୀର୍ତ୍ତନ ମଣ୍ଡଳି ଓ ଭକ୍ତ ମାନେ ସାମିଲ ହୋଇ ରଥକୁ ପାଛୋଟି ନେବେ । ଜଗନ୍ନାଥ ସଂସ୍କତିର ଉଦ୍ଦେଶ୍ୟ ଓ ସଦ୍ ଭାବନା ସୃଷ୍ଟି , ପାଇଁ ବୁଲୁଥିବା ପରିକ୍ରମା ରଥଟି ରୁ ସଂଗୃହିତ ହୋଇଥିବା ଚାଉଳ ଓ ଗୁଆ କୁ ପଞ୍ଚାୟତ ସ୍ତରରେ ଚିହ୍ନଟ ହୋଇଥିବା ଏକ ଦେବାଳୟ ପରିସରରେ ରଖାଯିବା ପରେ, ୧୭ ତାରିଖରେ ଉଦଘାଟିତ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ପଞ୍ଚାୟତ ସ୍ତରରେ ସଂଗୃହିତ ଚାଉଳ ଓ ଗୁଆକୁ ବ୍ଲକ କୁ ଅଣାଯାଇ ବ୍ଲକ ସ୍ତରରେ ଠିକ୍ କରାଯାଇ ଥିବା ମନ୍ଦିର ରେ ରଖାଯିବ ବୋଲି ସୂଚନା ମିଳିଛି ।
