ନିରପେକ୍ଷ(ରାଇରଙ୍ଗପୁର ) ୦୭/୦୧/୨୪ : ଜେଲ ରୁ ଫେରାର ହେଲେ କଏଦୀ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରେ ଆଜୀବନ ସଜା କାଟୁଥିବା ବୁଡାମରା ଗ୍ରାମ ବିଶୋଇ ଥାନା ଅଂଚଳର କଏଦୀ ଜେଲ ର ମୁଖ୍ୟ ଫାଟକ ଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଫେରାର କଏଦୀ ଜଣକ 2015 ରୁ ନରହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଜେଲରେ ସଜା କାଟୁଥିବା ବେଳେ କର୍ତ୍ତୃପକ୍ଷଙ୍କ ବିଶ୍ୱାସ ଭାଜନ ହୋଇ ରହିଥିଲେ !
ଜେଲ ଷ୍ଟାଫ ଭାବେ ବିଭିନ୍ନ କାମରେ ମଧ୍ୟ ସହଯୋଗ ମଧ୍ଯ କରୁଥିଲେ ! ଜେଲର ପରିବା ଚାଷବାସ କଥା ମଧ୍ୟ ବୁଝୁଥିଲେ । ତେବେ ଗତକାଲି ଅପରାହ୍ନରୁ ଫେରାର ହୋଇଯାଇଥିବା ବେଳେ ଝାଡଖଣ୍ଡ ଟାଟା ଅଞ୍ଚଳରେ ଥିବା ଜଣାପଡିଛି! ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ଜେଲ କର୍ତୃପକ୍ଷ ଟ୍ରାକ କରି ଖୋଜାଖୋଜି କରୁଛନ୍ତି !
