ନିରପେକ୍ଷ(ରାଉରକେଲା) ୦୭/୦୧/୨୪ : ଜ୍ଞାନ ଠାରୁ ଅଭିଜ୍ଞତା ଅଧିକ ମୂଲ୍ୟବାନ। ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ସମ୍ପତ୍ତି। ବାପା ମା’ଙ୍କ ୠଣ କେହି ସୁଝି ପାରିବେ ନାହିଁ ବୋଲି ଆଲୋଚନାଚକ୍ର ରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି। ଛେଣ୍ଡ ୱଲଫେୟାର କମିଟି, ମଧୁସୂଦନ ପାଠାଗାର,ଉଇ ଫର ୟୁ ୟୁଥ କ୍ଲବ ଓ ନଟରାଜ ନୃତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କୀତ ଏକ ଆଲୋଚନାଚକ୍ର ମଧୁସୂଦନ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି।

କମିଟିର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ବରାଳଙ୍କ ସଭାପତିତ୍ବ ଓ ୟୁଥ୍ କ୍ଲବ୍ ର ସାଂଗଠନିକ ଆୟୋଜକ ପ୍ରବୀର କୁମାର ଜେନାଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ରାଉରକେଲା ଶାଖାର ପ୍ରବନ୍ଧକ ବିପିନ ବିହାରୀ ପଣ୍ଡା ଓ ବରିଷ୍ଠ ଆଇନଜୀବୀ ଗିରୀଶ ମହାପାତ୍ର ତଥା ମୁଖ୍ୟବକ୍ତା ଭାବେ ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲର ଉପ ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ନାୟକ ଏହି ଅବସରରେ କହିଲେ ଯେ ବୟସ୍କ ମାନେ ସମାଜର ପ୍ରମୁଖ ବ୍ୟକ୍ତିତ୍ୱ। ବାପା ମା’ଙ୍କ ୠଣ କେହି ସୁଝି ପାରିବେ ନାହିଁ। ସେମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ଅଭିଜ୍ଞତା କୁ କାର୍ଯ୍ୟରେ ଲଗାଇବା ତଥା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଡ଼ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଜ୍ଞାନ ଠାରୁ ଅଭିଜ୍ଞତା ଅଧିକ ମୂଲ୍ୟବାନ। ବରିଷ୍ଠ ମାନେ ସମାଜର ମୂଲ୍ୟବାନ ସମ୍ପତ୍ତି।
