ନିରପେକ୍ଷ( ରାୟଗଡ଼ା) ୦୬/୦୧/୨୪ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ଶିକରପାଇ ପଞ୍ଚାୟତ ବେଲକଣା ଠାରେ ମନ୍ତ୍ରୀଙ୍କ ଗାଡି ଧକ୍କାରେ ବାଳକ ଆହତ ହୋଇଥିବା ଦେଖିବାକୁ ମିଳିଛି । ଆଜି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଜଗନ୍ନାଥପୁର ବିଦ୍ୟାଳୟ ରେ ନୂଆ-ଓ କ୍ରୀଡ଼ା ଉଯାପିତ କାର୍ଯ୍ୟକ୍ରମରେ ଯୋଗଦେଇ କୋଲନରା ଯାଉଥିବା ବେଳେ, ବେଲକଣା ଗାଁ ଛକରେ ଗି ନବୀନ ବୟସ (୪) ବିଷମକଟକ ବ୍ଲକ ଢେପାଗୁଡା ଗାଁ ଜି.ସୁଧୀର ଙ୍କ ପୁଅ ବୋଲି ଜଣାପଡ଼ିଛି।

ନୂଆ ବର୍ଷ ପାଳିବା ପାଇଁ ବେଲକଣା ଗାଁ ନିଜ ଅଜା ଜି .ରାମୁଲୁ ଘରକୁ ନୂଆ ବର୍ଷ ପାଳିବା ପାଇଁ ଆସିଥିଲେ। ପ୍ରଶାସନ ପକ୍ଷରୁ ସଡକ ସୁରକ୍ଷା ପାଳନ ଓ ଡ୍ରାଇଭର ମହାସଂଘ ବନ୍ଦ ଡ଼ାକରା ଦେଇଥିବା ବେଳେ ମନ୍ତ୍ରୀ ଙ୍କ ଡ୍ରାଇଭର ଏହିପରି ଦୁର୍ଘଟଣା ଘଟାଇଥିବାରୁ ସାଧାରଣ ରେ ନାହଁ ନ ଥିବା ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।ଏଥିରେ ଅଧିକ ଗୁରୁତ୍ୱ ଥିବା ରୁ ନିଜେ ମନ୍ତ୍ରୀ ଡ଼କ୍ଟର ସହ ପରାମର୍ଷାହ କରି କି ବିଶ୍ୱକପାଟଣା ମେଡିକେଲ କୁ ରେଫେର କରିଛନ୍ତି |
