ନିରପେକ୍ଷ( ଜଗତସିଂହପୁର) ୦୬/୦୧/୨୪ : ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ଠାରେ 2023/24 ବର୍ଷ ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନିୟନ୍ତ୍ରିତ ବଜାର କମିଟି ଜଗତସିଂହପୁର ପକ୍ଷରୁ ଜିଲାରେ ପ୍ରଥମ ଧାନ ସଂଗ୍ରହକେନ୍ଦ୍ର ମଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି ଶୁଭ ଉଦଘାଟିତ କରିଛନ୍ତି । ଶିବଶକ୍ତି ମହିଳା ସୋୟ ସହାୟକ ଗୋଷ୍ଠୀ ଙ୍କ ଏହି ଧାନ କ୍ରୟ କେନ୍ଦ୍ର ପରିଚାଳିତ ହେଉଅଛି। ଜିଲାରେ 104 ପ୍ରାଥମିକ କୃଷି ସମବାୟ ଓ 9 ଟି ମହିଳା ସୋୟାଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ।

ଏହି ଉତ୍ସଵ ରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଯୋଗଦେଇ କହିଲେ ଚଳିତ ବର୍ଷ ଚାଷୀ ମାନଙ୍କ ଠାରୁ ସୂ ବ୍ୟବସ୍ଥିତ ସ୍ଵଛ ଓ ସହଜରେ ଧାନ କିଣା ହେବ।ଏହି ଉତ୍ସଵରେ ଯୋଗ ଦେଇ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତୀ ସୁଜାତା ମିଶ୍ର କହିଲେ ଚାଷୀ ମାନେ ସେମାନଙ୍କର ଧାନ ସୁଲଭ ମୂଲ୍ୟ ରେ ବିକ୍ରୟ କରିପାରିବେ। ଚାଷୀ ଭାଇ ମାନେ ଶୁଖିଲା ଓ ସଫା ଧାନ ବିକ୍ରୟ କେନ୍ଦ୍ରକୁ ଆଣନ୍ତୁ।ଏବଂ ସରକାରୀ ଧାର୍ଯ୍ୟ ଉଚିତ ସହାୟକ ମୂଲ୍ୟ ପାଆନ୍ତୁ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ 2183 ଟଙ୍କା ଓ ଗ୍ରେଡ଼ ଧାନ କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ 2203 ଟଙ୍କା ସରକାର ଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଛି।ଧାନ ମଣ୍ଡି ରେ ସପ୍ତାହ ପ୍ରତି ସପ୍ତାହ ର ଶୁକ୍ରବାର ଦିନ ଧାନ ସଂଗ୍ରହ କରାଯିବ।

ଏହି ଉଛବ ରେ ସରକାରୀ ନିବନ୍ଦକ ଶ୍ରୀ ସନ୍ତୋଷ କୁମାର ମାଲିକ ଯୋଗ ଦେଇ କହିଲେ ଚାଷୀ ମାନେ ଧାନ ସଂଗ୍ରହ କେନ୍ଦ୍ର ରେ ସକାଳ 10 ଘଟିକା ଠାରୁ ଅପରାହ୍ଣ 1 ଘଟିକା ମଧ୍ୟରେ ଧାନ ପହଁଚାଇବେ ଧାନ ବସ୍ତା ର ଓଜନ ଯେପରି ସର୍ବାଧିକ 40 କିଗ୍ରା 50 କିଗ୍ରା ମଧ୍ୟ ରେ ରହିବା ଆବଶ୍ୟକ ଚାଷୀ ମାନେ ଧାନ ବିକ୍ରୟ ସମ୍ବଦ୍ଧିୟ ତଥ୍ୟ ନିମନ୍ତେ ଟୋଲ ଫ୍ରି ନମ୍ବର 1967 ରେ ଯୋଗାଯୋଗ କରି ସାର୍ବିଶେଶ ତଥ୍ୟ ପାଇପାରିବେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନମିତା ରାଉତ,ଏବଂ ରଘୁନାଥପୁର ର ସିବଶକ୍ତି ଏସ ଏଚ ଜି, ନାଉଗାଁ ର ନନ୍ଦମଣି ଏସ ଏଚ,ଜିନିୟନ୍ତୀତ ବଜାର କମିଟି ସେକେଟେରୀ ସୂର୍ଯ୍ୟକାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସମସ୍ତ ଅଧିକାରୀ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

