ନିରପେକ୍ଷ(ମାହାଙ୍ଗା) ୦୬/୦୧/୨୪ : ଦୁର୍ଘଟଣା ଛଡାଇନେଲା ଚାଲିବା ଶକ୍ତି ବଞ୍ଚିବା ପାଇଁ ପରିବାର ଲୋକେ ଭରଷା କିନ୍ତୁ ତାହାଠାରୁ ଅଧିକ ଦୁଃଖ ଦେଲା ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଦିବ୍ୟାଙ୍ଗ ପ୍ରମାଣ ପତ୍ର । ଫଳସ୍ୱରୂପ ଭାଗ୍ୟକୁ ଆଦରି ଦଇବ ଉପରେ ଭରଷା କରିଛନ୍ତି ଅସହାୟ ପ୍ରଦୀପ୍ତ । କଟକ ମାହାଙ୍ଗା ଜିଲ୍ଲା ବ୍ଲକ ବରାହିପୁର ପଞ୍ଚାୟତ ରୁ ତାଙ୍କ ଘର । ମସିହା 2020 ମାସ ଏପ୍ରିଲ , ବିଶ୍ୱ କରୋନା ମହାମାରୀ ରେ ପେଷି ହୋଇପଡିଥିଲା ବେଳେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବରାହିପୁର ପଞ୍ଚାୟତ ମଣିଜୋରି ଗାଁ ର ପ୍ରଦୀପ୍ତ ବେହେରା ଙ୍କ ପାଇଁ ଦଇବ ଦାଉ ସାଧିଲା ଏକ ଦୁର୍ଘଟଣା ରେ ଆହତ ପ୍ରଦୀପ୍ତ ସବୁଦିନ ପାଇଁ ହରାଇ ବସିଲେ ଦୁଇ ପାଦରେ ଚାଲିବାର ଶକ୍ତି । ପରିବାର ଲୋକ ଙ୍କ ଉପରେ ମାତ୍ର 23 ବର୍ଷ ବୟସରେ ବୋଝ ହୋଇପଡିଲେ ପ୍ରଦୀପ୍ତ ।

ବାପା ବିଲ ରେ ଚାଷ କରିଲେ ଘରେ ଚୁଲି ଜଳେ । ସାନ ଭାଇ ଓ ସାନ ଭଉଣୀ ପାଠ ପଢୁଛନ୍ତି । ଘରେ ବାପା ଚାଷ ରୁ ଯାହା ରୋଜଗାର କରିଲେ ତେଲ ଲୁଣ ସାଙ୍ଗକୁ ପିଲା ଙ୍କ ପାଠ ପଢା ରେ ସରିଯାଏ । ଯାହାକୁ ଦେଖି ଭାଗ୍ୟ କୁ ଦୋଷ ଦେଉଛନ୍ତି ଆଉ ତୁନି ତୁନୀ କାନ୍ଦୁଛନ୍ତି ଆଉ କହୁଛନ୍ତି ଏଭଳି ଭାଗ୍ୟ କାହାକୁ ନଦିଅନ୍ତୁ । ସେହିଭଳି ପ୍ରଦୀପ୍ତ ଙ୍କ ପାଇଁ ଆହୁରି ନିଷ୍ଠୁର ହୋଇପଡିଲା ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ ର ତ୍ରୁଟି ପୂର୍ଣ୍ଣ ଦିବ୍ୟାଙ୍ଗ ପ୍ରମାଣପତ୍ର । ପ୍ରଦୀପ୍ତ ଙ୍କୁ ଦେଖିଲେ ଯେ କେହି କହିବ ସେ ଜଣେ ସମ୍ପୂର୍ଣ୍ଣ ଭିନ୍ନ କ୍ଷମ କିନ୍ତୁ ତ୍ରୁଟି ପୂର୍ଣ୍ଣ ଭାବେ ପ୍ରମାଣପତ୍ର ରେ ଲେଖା ହୋଇଛି 80ପ୍ରତିଶତ ଭିନ୍ନକ୍ଷମ ଏବଂ ସାମୟିକ ଭାବେ ଭିନ୍ନକ୍ଷମ ବୋଲି ।

ଫଳସ୍ୱରୂପ ନା ପ୍ରଦୀପ୍ତ ପାଉଛନ୍ତି ଦିବ୍ୟାଙ୍ଗ ଭତ୍ତା ନା ଅନ୍ୟ ସରକାରୀ ସୁବିଧା ସୁଯୋଗ । ବାରମ୍ବାର ଏ ଅଫିସ ରୁ ସେ ଅଫିସ ଦୌଡୁଛନ୍ତି ଟ୍ରାଇ-ସାଇକେଲ ରେ କିନ୍ତୁ ଉତ୍ତର ମିଳୁଛି ହୋଇଯିବ ! ହୋଇଯିବ ! ହୋଇଯିବ! ଏମିତି “ହୋଇଯିବ” ଶବ୍ଦ ଶୁଣି ଶୁଣି 3ବର୍ଷ କୁ ପଡ଼ିଲାଣି କିନ୍ତୁ ପ୍ରଦୀପ୍ତ ନିରାଶ ।
