ନିରପେକ୍ଷ(ଜଗତସିଂହପୁର) ୦୬/୦୧/୨୪ : ଜଗତସିଂହପୁର ଜିଲ୍ଲା ର ଢିଅ ସାହି ସ୍ଥିତ ପ୍ରସିଦ୍ଧ ମା ତୁଳସୀ ଗାଦି ଙ୍କ ପିଠ ରେ ଅନୁଷ୍ଠିତ ହୋଇଯାଇଛି ତ୍ରିଶକ୍ତି ଭଜନ ସଂଧ୍ୟା ପରିବାର ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ।ଏହି କାର୍ଯ୍ୟକ୍ରମ ଦିନ ୧୧ ଘଟିକା ଠାରୁ ଆରମ୍ଭ ହୋଇ ଦିନ ୩ ଘଟିକା ପର୍ଯ୍ୟନ୍ତ ଚାଲିଥିଲା।

ଏହି ତ୍ରିଶକ୍ତି ଭଜନ ସନ୍ଧ୍ୟା ପରିବାର ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ କଳାକାର ନିଜ ନିଜର କଳା ପଦର୍ଶନ କରିଥିଲେ ତାସହ ୨୦୨୩ ରେ ବିଭିନ୍ନ ଅନୁଷ୍ଠାନ ରେ ଅନୁଷ୍ଠିତ ହୋଇଥିବା ପୋଗ୍ରାମ ବିଷୟ ରେ ଆଲୋଚନା ହେବା ସହ ଆଗକୁ କିଭଳି ତ୍ରିଶକ୍ତି ଭଜନ ସନ୍ଧ୍ୟା ଶ୍ରୋତା ଙ୍କ ଆଗରେ ଭଲ ପ୍ରଦର୍ଶିତ କରିବ ତାହା ଉପରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା।ଶେଷରେ ଅନୁଷ୍ଠାନ ର ମୁଖ୍ୟ ମଧୁସ୍ମିତା ସାହୁ ସମସ୍ତ୍ କଳାକାର ବନ୍ଧୁ ମାନଙ୍କୁ ଧନ୍ଯବାଦ୍ ଦେବାସହ କାର୍ଯ୍ୟକର୍ମ ଶେଷ ହୋଇଥିଲା।
