ନିରପେକ୍ଷ(ଗଜପତି/ମୋହନ) ୦୬/୦୧/୨୪ : ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳ ଭାଲିଆଗଣି ଗ୍ରାମ୍ୟ ଜଙ୍ଗଲରେ ବାଘ ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ଭାଲିଆଗଣି ଗ୍ରାମ୍ୟ ଜଙ୍ଗଲରେ ବାଘ ଏକ ଛେଳିକୁ ଖାଇ ଆତଙ୍କ ସୃଷ୍ଟି କରିଛି । ଏକ ଛେଳିକୁ ବାଘ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତକାଲି ଗାଁ ନିକଟ ବଡ଼ଡ଼ଙ୍ଗା ପାହାଡ଼କୁ କିଛି ଲୋକ ଛେଳି ଚରାଇବା ପାଇଁ ନେଇଥିଲେ।
