ନିରପେକ୍ଷ(ଗଞ୍ଜାମ/ଆସିକା) ୦୬/୦୧/୨୪ : ଗଞ୍ଜାମ ଜିଲ୍ଲା ଆସିକାର ରାଜନିତି କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି l ବର୍ତ୍ତମାନ ଆସିକାରେ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଲୋକ ପ୍ରୀୟତା ଯେତିକି ଅଛି ତା ଠାରୁ ଅଧିକା ଏବେ ବିରୋଧୀଙ୍କ ସଂଖ୍ୟା ବଢିବାରେ ଲାଗିଛି l ଏମିତିକି ଏବେ ମଞ୍ଜୁଳା ସ୍ୱାଇଁଙ୍କ ବିରୋଧରେ ମେଳି ବାନ୍ଧିଲେଣି ବିଜେଡିର ଅନେକ ବରିଷ୍ଠ ନେତା l ଏବେ ଆଉ ଲୁଚା ଛପା ନୁହଁ ବିରୋଧୀ ମାନେ ସିଧା ସଳଖ ସଂକଳ୍ପ ନେଲେଣି l ଆଉ ସମସ୍ତଙ୍କ ସେହି ଗୋଟିଏ ସଂକଳ୍ପ ଆସିକାରୁ ମା ପୁଅ ହଟାଅ ଆସିକା ବଞ୍ଚାଅ l

ତେବେ ଆଗକୁ କଣ ରହିବ ଆସିକାର ରାଜ ନୈତିକ ସ୍ଥିତି l ଆସିକାରେ ଦିନକୁ ଦିନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ବିରୋଧରେ ଜନ ଅସନ୍ତୋଷ ବଢିବାରେ ଲାଗିଥିବା ବେଳେ ସେଇ ଜନ ଅସନ୍ତୋଷ ଏବେ ବିଧାୟିକା ବିରୋଧୀ ମଞ୍ଜର ରୂପ ନେଇଛି l ଆସିକାରୁ ମା ପୁଅ ହଟାଅ ଆସିକା ବଞ୍ଚାଅ ନାରା ଜୋର ଧରିଛି l ତେବେ ଏଇ ନୂତନ ବର୍ଷ ଆରମ୍ଭରୁ ହିଁ ଗତ କାଲି ବିଧାୟିକା ବିରୋଧୀ ମଞ୍ଚ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ତାଙ୍କ ପୁତ୍ର ନଚିକେତା ସ୍ୱାଇଁଙ୍କ ବିରୋଧରେ ଏକତ୍ରିତ ହୋଇଥିଲେ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା l ଆଉ ମା ପୁଅଙ୍କ ଅରାଜକତାକୁ ହଟେଇବାକୁ ଦୃଢ଼ ସଂକଳ୍ପ ବଧ ହେବା ସହ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ଓ ବିଜେଡି ଦଳକୁ ଅଧିକରୁ ଅଧିକ ସୁଦୃଢ କରିବା ଏବଂ ଦଳ ପାଇଁ ଏକଯୁଟ ହୋଇ କାମ କରିବାକୁ ଦୁଢ଼ ସଂକଳ୍ପ ନେଇଥିଲେ l

ତେବେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଭବାନୀ ଶଙ୍କର ମଲିକ , ସତ୍ୟ ନାରାୟଣ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷା କଳ୍ପନା ଭୋଳ,ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଳିକ, ବରିଷ୍ଠ ଆଇନଜୀବୀ ଅଜିତ କୁମାର ଚୌଧୁରୀ, ଏନ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ,ସନ୍ତୋଷ କୁମାର ଉପାଧ୍ୟାୟ,ଅମୂଲ୍ୟ ଉପାଧ୍ୟାୟ,ପୂର୍ବତନ ଜିଲ୍ଲା ପରିଷଦ କୋକୋରାମ ଜେନା,ବରିଷ୍ଠ ନେତା ବଂଶୀଧର ନାହାକ,ସତ୍ୟବାନ ସାହୁ, ବରେନ୍ଦ୍ର ଖଟେଇ. ଟୁକୁନା ପରିଡା, ପରି ବିଜୁ ଜନତା ଦଳର ବହୁ ଆଗ ଧାଡ଼ିର ନେତାମାନେ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ବିରୋଧରେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି l ଏସବୁ ଲକ୍ଷ କଲେ ଆଗାମୀ ୨୦୨୪ ନିର୍ବାଚନରେ ଆସିକା ରାଜନୀତି କେଉଁ ଦିଗକୁ ଗତି କରିବ ତାହା କହି ହେଉନି l
