ନିରପେକ୍ଷ(ରାୟଗଡ଼ା) ୦୬/୦୧/୨୪ : ରାୟଗଡ଼ା ହିଟ୍ ଆଣ୍ଡ୍ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିତ (ବିଏନ୍ସ୍)ରେ ରଖାଯାଇ ଥିବା ନୂଅ ବର୍ଣ୍ଣିତ ଦଣ୍ଡ ବ୍ୟବସ୍ଥା ବିରୋଧରେ ଟ୍ରକ୍ ଅପରେଟର ମାନଙ୍କ ଧର୍ମଘଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ରହିଛି। ନୂଅ ଆଇନ୍ ଅନୁସାରେ, ଦୁର୍ଘଟଣା ପରେ ସୂଚନା ନଦେଇ ପଳାୟନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୬ ଲକ୍ଷ ଟଙ୍କା ଜରିମାନା ହେବ । ଏହାପୂର୍ବରୁ, ଆଇପିସିର ଧାରା ୩୦୪ ଏ ଅନୁଯାୟୀ ଏହି ଦଣ୍ଡ ୨ ବର୍ଷ ପର୍ଯ୍ୟନ୍ତ ଥିଲା ।

ହେଲେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବଢ଼ିବା କାରଣରୁ ଏପରି ନିୟମ ଲାଗୁ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିବା ସହ କାଲିଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବାକୁ ଡ୍ରାଇଭର ଚେତାବନୀ ଦେଇଛନ୍ତି। ଏହା ସହ ଡ୍ରାଇଭର କହିଛନ୍ତି ୧୦ ଲକ୍ଷ ଫାଇନ୍ ଦେଇପାରୁଥିଲେ ସେମାନେ ଡ୍ରାଇଭର କାହିଁକି ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଡ୍ରାଇଭର କେବେ ଜାଣିଶୁଣି ଦୁର୍ଘଟଣା କରେନି ।
