ନିରପେକ୍ଷ(ସୁନ୍ଦରଗଡ) ୦୬/୦୧/୨୪ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ହେଉଛି ଆଦିବାସୀ ଅଧୁଷିତ ଅଞ୍ଚଳ । ଅଞ୍ଚଳବାସୀ ଙ୍କ ସ୍ୱାସ୍ଥ୍ୟ କୁ ଆଖି ଆଗରେ ରଖି କୋଇଡା ଖଣି ଅଞ୍ଚଳ ଡେଙ୍ଗୁଳା ଗ୍ରାମପଞ୍ଚାୟତ ରାଇକଳା ଠାରେ ଥିବା ମେସେର୍ସ ଗୀତାରାଣୀ ମହାନ୍ତି ଖଣି ପକ୍ଷରୁ ସ୍ଥାନୀୟ ଗୀତାରାଣୀ ହଟିଙ୍ଗ ୟୁ ପି ସ୍କୁଲରେ ଚଳିତ ବର୍ଷ ପ୍ରଥମ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ମାଗଣା ସ୍ବାସ୍ଥ୍ୟ ଶିବିରରେ ଆଖ ପାଖ ଗ୍ରାମରୁ ଖଣି ପ୍ରଭାବିତ ଲୋକେ ଏବଂ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ସମସ୍ତ କର୍ମକତ୍ତା ଉପସ୍ଥିତ ରହି ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସିତ ହେବା ସହିତ ମାଗଣା ଔଷଧ ବଣ୍ଟନ ଦିଆଯାଇଥିଲା ।
