Home Uncategorized ଆଦିବାସୀ ପରିବାରକୁ ନ୍ୟାୟ ଦାବିରେ ରାୟଗଡା ବନ୍ଦ

ଆଦିବାସୀ ପରିବାରକୁ ନ୍ୟାୟ ଦାବିରେ ରାୟଗଡା ବନ୍ଦ

by Admin
0 comment

ରାୟଗଡା (ନିରପେକ୍ଷ): ରାୟଗଡା ଜିଲ୍ଲା ଆଦିବାସୀ ମହାସଂଘ ତରଫରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ରାୟଗଡା ବନ୍ଦ ରହିଛି । ସମସ୍ତ ଜରୁରୀକାଳୀନ ଗତିବିଧକୁ ରୋକା ଯିବ ନାହିଁ । ସେହିପରି ଯେଉଁ ଛାତ୍ରଛାତ୍ରୀଙ୍କ କଲେଜ କିମ୍ବା ସ୍କୁଲରେ ପରୀକ୍ଷା ଚାଲିଛି, ସେମାନଙ୍କୁ ଯେପରି ଏହି ବନ୍ଦର ପ୍ରଭାବ ନ ପଡିବ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି ।

ସୂଚାନଯୋଗ୍ୟ, ୧୩ ବର୍ଷ ତଳେ ଘଟିଯାଇଥିବା ଜଙ୍ଘନ୍ୟ ହତ୍ୟାକାଣ୍ଡ ଅନୁସାରେ ରାୟଗଡା ମାଟିର ଜଣେ ଆଦିବାସୀ ଯୁବ ନେତା ତଥା ସ୍ଵର୍ଗୀୟ ଭାଗୀରଥୀ ମାଣ୍ଡାଙ୍ଗି ପୂର୍ବତନ କାଉନସିଲରଙ୍କୁ ମାରିପିଟି, ବାନ୍ଧିକି ତାଙ୍କ ଉପରେ ଏସିଡ ପକାଇ ଯେଉଁ ପ୍ରକାରରେ ମାରିଥିଲେ, ୧୩ ବର୍ଷ ବିତିଯାଇଥିଲେ ମଧ୍ୟ କିଏ ମାରିଛି ଶକ୍ତ ସନ୍ଦେହ ଥିବା ସତ୍ତ୍ବେ ଆଜି ଯାଏଁ ଦୋଷୀକୁ ଧରାଯାଇନାହିଁ I କିଛି ବର୍ଷ ତଳେ ସେହି ସମୟର ଜିଲ୍ଲାପରିଷଦ ଅଧ୍ୟକ୍ଷ ସ୍ବର୍ଗୀୟ ପୁରୁଷୋଷ୍ଠୀ ଗୋମାଙ୍ଗୋଙ୍କ ମୃତ୍ୟୁ ଘଟଣାର ପ୍ରକୃତ ସତ୍ୟ ଏଯାଏଁ ବାହାରକୁ ଆସିନାହିଁ।

ପୁଣି ଅନ୍ୟ ଏକ ଘଟଣା, ଡିସେମ୍ବର ମାସରେ କାଶୀପୁର ବ୍ଲକର ଜଣେ ଭଉଣୀ ଯିଏ ଜଣେ ଆଦିବାସୀ ଗରିବ ଓ ଦିବ୍ୟାଙ୍ଗ ମଧ୍ଯ ତାଙ୍କୁ ଶାରୀରିକ ନିର୍ଯାତନ ଦେଇ ମାରି ତାପରେ ପୋଡିବାକୁ ଉଦ୍ୟମ କରଯାଇଥିଲା ଯାହା ପରବର୍ତୀ ସମୟରେ ଅର୍ଦ୍ଧପୋଡା ଶବ ମିଳିଥିଲା । ଆଦିବାସି ସଂଘର ଆବାହକ ଶ୍ରୀ ବସନ୍ତ ଉଲ୍ଲକା କହିଛନ୍ତି, କ୍ରାଇମବ୍ରାଚ ନାଁରେ କେବଳ ପ୍ରହସନ ଚାଲିଛି କିନ୍ତୁ ଦୋଷୀକୁ ଧରାଯିବା ସେ ତାକୁ ସୁରକ୍ଷା କବଚ ଦେଇଚାଲିଛନ୍ତି। ହଜାର ହଜାର ଆଦିବାସୀ ଯୁବକ ମାନେ ରାୟଗଡା ସହରର ଚତୁର୍ପାର୍ଶ୍ଵ ବନ୍ଦ କରି ଓ 326 ଜାତୀୟ ରାଜପଥ ଅବରୋଧ କରି ରାସ୍ତାରେ ଧାରଣା ଦେଇ ବସିଥିଲେ l ରାୟଗଡା ବାସି ମଧ୍ୟ ବନ୍ଦ ଡାକରା ସହଯୋଗ କରିଥିବା ଦେଖାଦେଇଛି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc