Home Uncategorized କାରକୁ ଧକ୍କା ଦେଲା ହାଇଡ୍ରା ଅଳ୍ପକେ ବର୍ତ୍ତିଲେ ଚାଳକ

କାରକୁ ଧକ୍କା ଦେଲା ହାଇଡ୍ରା ଅଳ୍ପକେ ବର୍ତ୍ତିଲେ ଚାଳକ

by Admin
0 comment

ମାହାଙ୍ଗା (ନିରପେକ୍ଷ): ସାଲେପୁର ପର୍ତୁରାସ୍ତାର କୁଆଁପାଳ ବଜାର ଡ଼ାକଘର ନିକଟରେ ଏକ ନମ୍ୱର ବିହୀନ ହାଇଡ୍ରା ଗାଡ଼ି ଦ୍ରୁତ ଗତିରେ ଆସି କାରକୁ ମୁହଁମୁହିଁ ଧକ୍କା ଦେବା ଫଳରେ କାରର ଆଗପଟ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯିବା ସହ କାର ଚାଳକ ଗାଡ଼ିରୁ ଡେଇଁ ପଡ଼ିବାରୁ ଅଳ୍ପକେ ମୃତ୍ୟମୁଖରୁ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ ମାହାଙ୍ଗା ଗ୍ରାମର ଚକ୍ରଧର ସାହୁ ତଥା ବଡ଼ଚଣା ପୁର୍ତ୍ତ ବିଭାଗର ଯନ୍ତ୍ରୀ ଆଜି ସକାଳ କାର୍ଯ୍ୟାଳୟକୁ ନିଜ କାର ନଂ ଓଡ଼ି ୦୨ସିଏଚ ୦୨୦୦ରେ ବଡ଼ଚଣା ଅଭିମୁଖେ ଯାଉଥିବା ସମୟରେ ଛତିଆ – କୁଆଁପାଳ ରାସ୍ତାରେ ବିପରୀତ ଦିଗରୁ ଏକ ନମ୍ୱର ବିହୀନ ହାଇଡ୍ରା ଗାଡି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ହାଇଡ୍ରା ଗାଡ଼ିର ଚାଳକ ସାଲେପୁର କାଜି ହାଟ ଅଞ୍ଚଳର ସେକ ନଜିରଙ୍କ ସମେତ ଜଣେ ଅଜଣା ବ୍ୟକ୍ତି ଥିବା ଦେଖିବାକୁ ମିଳିଥିଲା। ଖବର ପାଇ ମାହାଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇଡ୍ରା ଗାଡ଼ିକୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଜବତ ନମ୍ୱରବିହୀନ ହାଇଡ୍ରା କୌଣସି କାଗଜପତ୍ର ନଥିବା ଯାଞ୍ଚବେଳେ ଜଣାପଡ଼ିଛି ଗାଡ଼ିର ଅବଧି ସରିଯାଇଥିବା ବେଳେ କେଉଁ ଆଧାରରେ ଏହି ଗାଡିଟି ରାସ୍ତାରେ ଦ୍ରୁତ ଗତିରେ ଆସୁଥିଲା| ଏବଂ କେଉଁ ଉଦ୍ଧେଶ୍ୟରେ ଯାଉଥିଲା ତାହା ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟା ଜଣାପଡ଼ିବ । ହାଇଡ୍ରା ଗାଡ଼ିର ନମ୍ୱରକୁ ଘସି ଲିଭା ଯାଇଥିବାରୁ ଏହାକୁ ଚୋରାରେ ଅଣାଯାଇ ସ୍ରାପ୍ ଉଦ୍ଧେଶ୍ୟରେ ନିଆଯାଉଥିଲା ବୋଲି ଜଣାପଡିଛି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc