Home Breaking News ଜିଲ୍ଲାସ୍ତରୀୟ ଜନଜାତିଙ୍କୁ ବାଦ୍ୟଯନ୍ତ୍ର ଓ କ୍ରୀଡା ସାମଗ୍ରୀ ବିତରଣ

ଜିଲ୍ଲାସ୍ତରୀୟ ଜନଜାତିଙ୍କୁ ବାଦ୍ୟଯନ୍ତ୍ର ଓ କ୍ରୀଡା ସାମଗ୍ରୀ ବିତରଣ

by Admin
0 comment

ରାୟଗଡା(ନିରପେକ୍ଷ): ରାୟଗଡ଼ା ସହରର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ରାୟଗଡା ଜିଲ୍ଲାର ଜନଜାତି କଲ୍ୟାଣ ଓ ସଂସ୍କୃତି, କଳା, ସଙ୍ଗୀତ, ପରମ୍ପରା ଓ ଚାଲିଚଳନ ଉନ୍ନତି କରିବା ନିମନ୍ତେ ଜିଲ୍ଲାର ପ୍ରତ୍ୟେକ ବ୍ଲକର ବୃନ୍ଦମାନଙ୍କୁ ବାଦ୍ୟଯନ୍ତ୍ର ଓ କ୍ରୀଡା ସାମଗ୍ରୀ ବିତରଣ କରାଯାଇଥିଲା।

ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ସଭାପତିତ୍ବ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁଷୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝି, ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ୍ ମୁଦୁଲି ଓ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଆୟୋଜିତ ସଭାରେ ମଞ୍ଚସ୍ଥ ହୋଇଥିଲେ । ବହୁ ସଂଖ୍ୟାରେ ଜନଜାତି ଲୋକମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ। ଏଗାରଟି ବ୍ଲକର ସଂସ୍କୃତି କଳା ସଙ୍ଗୀତ ନୃତ୍ୟ ବୃନ୍ଦ ବାଦ୍ୟଯନ୍ତ୍ର ସାମଗ୍ରୀ ଜନଜାତି କଲ୍ୟାଣ ମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଥିଲେ। ସେହିପରି ଗ୍ରାମ ଖେଳାଳୀ ବୃନ୍ଦମାନେ ଖେଳ ସାମଗ୍ରୀ ମନ୍ତ୍ରୀ ଜଗନ୍ନାଥ ସାରାକା ଗ୍ରହଣ କରିଥିଲେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc