Home Breaking News ମଝି ଚିଲିକାରେ ଅଟକିଲା ଯାତ୍ରୀବାହି ଡଙ୍ଗା

ମଝି ଚିଲିକାରେ ଅଟକିଲା ଯାତ୍ରୀବାହି ଡଙ୍ଗା

by Admin
0 comment

ପୁରୀ (ନିରପେକ୍ଷ): ଚିଲିକା ମଝିରୁ ଶୁଭିଲା ଆର୍ତ୍ତ ଚିତ୍କାର । ଜୀବନ ବିକଳରେ ଚିତ୍କାର କରି ଉଠିଲେ ଯାତ୍ରୀ । ବଞ୍ଚାଅ ବଞ୍ଚାଅ ଶବ୍ଦରେ ପ୍ରକମ୍ପିତ ହେଲା ଗଗନ ପବନ । ନୀଳ ଜଳ ରାଶି ଭିତରେ ଅଟକି ଯାଇଥିଲା ଯାତ୍ରୀ ବାହୀ ଡଙ୍ଗା । ମନକୁ ଛୁଉଁଥିଲା ପାପ । କଣ ହେବ,କଣ ଘଟିବ ଭାବି ଯାତ୍ରୀ ମାନେ ଭୟଭୀତ ହୋଇ ପଡ଼ିଥିଲେ । ସମସ୍ତେ କେବଳ କାନ୍ଦି କାନ୍ଦି ମା କାଳିଜାଇଙ୍କୁ ଜୀବନ ବଞ୍ଚାଇବା ପାଇଁ ଆକୁଳ ପ୍ରାଥନା କରୁଥିଲେ । ମା ବଞ୍ଚେଇ ଦେ, ମା ରକ୍ଷା କର, ନହେଲେ ଏ ମଝି ଚିଲିକାରେ ତୋ ସନ୍ତାନ ବିପଦରେ ପଡିଛନ୍ତି ଜୀବନ ଚାଲିଯିବ କହି ସମସ୍ତେ ହାତ ଟେକି ଦେଇଥିଲେ ।

ପୁଣି ମଝି ଚିଲିକାରେ ଅଟକିଲା ଯାତ୍ରୀ ବାହି ଡଙ୍ଗା । ସମସ୍ତ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ । କାରଣ ସାମାନ୍ୟ ଯନ୍ତ୍ରୀକ ତୃଟି ଲାଗି ଅଟକିଥିଲା ଯାତ୍ରୀ ବାହି ଡଙ୍ଗା। ମହିଁସା ନିକଟରେ ଡଙ୍ଗା ଅଟକି ରହିଥିବା ସୂଚନା ମିଳିବା ପରେ। ଚାରି ଆଡେ଼ ଏହି ଖବର ପ୍ରସାରିତ ହୋଇ ପଡ଼ିଲା । ଆଉ ଏହା ପରେ ସମସ୍ତେ କେବଳ ମା କାଳିଜାଇଙ୍କୁ ପାର୍ଥନା କରିବାକୁ ଲାଗିଲେ । ତେବେ ଡଙ୍ଗାରେ ୧୫ରୁ ଉର୍ଧ ଯାତ୍ରୀ ଏବଂ ୧୦ଗୋଟି ବାଇକ୍ ରହିଥିବା ସୂଚନା ମିଳିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc