ନିରପେକ୍ଷ(ଜଗତସିଂହପୁର)୩௦/୧୨ : ଜଗତସିଂହପୁର ତା 29.12.23 ରିଖ:ଆଜି ଜିଲ୍ଲା ର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ନୂଆ-ଓ ଯୁବ ମହୋତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇ ଟି , ଇଲେକ୍ଟ୍ରୋନିକ୍ସ, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ, ଓଡିଶା ସରକାର, ଶ୍ରୀ ତୁଷାର କାନ୍ତି ବେହେରା ଯୁବ ମହୋତ୍ସବ ର ଶୁଭ ଉଦ୍ଘାଟନ କରିଥିଲେ। ନୂତନ ଓଡ଼ିଶାର ଯୁବପିଢ଼ି ଙ୍କୁ ଆଗକୁ ବଢିବା ପାଇଁ ଏହି ନିଆରା ଉତ୍ସବ ରେ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ପାରାଦ୍ଵୀପ ବିଧାୟକ ଶ୍ରୀ ସମ୍ବିତ୍ ରାଉତରାୟ,ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ସଭାପତି ଜିଲ୍ଲା ପରିଷଦ ଶ୍ରୀ ମନୋଜ କୁମାର ଭୋଇ, ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପ୍ରମୁଖ ଯୋଗଦେଇ ଯୁବପିଢ଼ି ଙ୍କୁ ଉତ୍ସାହିତ କରିଥିଲେ।

ବିଭିନ୍ନ ବିଭାଗରେ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରିଥିଲେ। ଯୁବ ସମାଜ ପାଇଁ ଉନ୍ମାଦନା ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରେରଣା ଦାୟୀ ବାର୍ତ୍ତା ସହିତ ନୁଆ ଓଡିଶା ଗଠନ ଦିଗରେ ଯୁବ ସମାଜର ବିକାଶ ଓ ଉନ୍ନତି ପାଇଁ 5ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କର ସ୍ଵତନ୍ତ୍ର ବାର୍ତ୍ତା ପରିବେଷଣ କରାଯାଇଥିଲା ଯେଉଁଥିରେ ସେ ଯୁବପିଢ଼ି ଙ୍କୁ ଏକ ନୂତନ ,ଉନ୍ନତ ଓଡିଶା ଗଢିବାକୁ ଚେଷ୍ଟିତ ହେବାପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷା, କ୍ରୀଡା, କଳା ଓ ସଙ୍ଗୀତ ସୁନାମ ଅର୍ଜନ କରିଥିବା ଜିଲ୍ଲା ର ଯୁବ ପ୍ରତିଭା ମାନଙ୍କୁ ଜିଲ୍ଲପାଳ ଉତ୍ତରୀୟ, ସ୍ମାରକୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ଜିଲ୍ଲା ର 67 ଟି ମହାବିଦ୍ୟାଳୟ ରୁ ଦଶ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ।
