ନିରପେକ୍ଷ(ଢେଙ୍କାନାଳ) ୨୯/୧୨ : ଢେଙ୍କାନାଳ ଜିଲା ପ୍ରଶାସନ ସହଯୋଗରେ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ପ୍ରଥମ ଟାଟାଷ୍ଟିଲ ମେରାମଣ୍ଡଳି ହାପ୍ ମାରାଥନ-୨୦୨୪ ଆସନ୍ତା ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ହେବ । କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସର ବାହାର ଅଂଚଳରେ ଏହି ଦୌଡ ହେବ । ଏ ସଂକ୍ରାନ୍ତରେ ଢେଙ୍କାନାଳଠାରେ ଗୁରୁବାର ସନ୍ଧ୍ୟା ସାଢେ ୬ଟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୂଚନା ଦିଆଯାଇଛି । ଜିଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ଦ୍ୱାରା ଏହି ରନ୍-ଏ-ଥନ ୨୦୨୪ ପାଇଁ ଆନୁଷ୍ଠାନିକ ଭାବେ ଟି-ସାର୍ଟ ଉନ୍ମୋଚିତ ହୋଇଥିଲା ।

ସେହିପରି ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର, ଜିଲା ବନଖଣ୍ଡ ଅଧିକାରୀ ସୁମିତ କର, ଟାଟାଷ୍ଟିଲ ମେରାମଣ୍ଡଳୀ କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ମୋହିତ ଦାସ, ଟାଟାଷ୍ଟିଲର କ୍ରୀଡା ମୁଖ୍ୟ ମୁକୁଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଜୈବ ବିବିଧତା, ବନ୍ୟପ୍ରାଣୀ, ବଶେଷକରି ହାତୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରି ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସୂଚନା ଦିଆଯାଇଥିଲା ।
