ନିରପେକ୍ଷ(ଆନନ୍ଦପୁର/କେନ୍ଦୁଝର) ୨୯/୧୨ : ଆନନ୍ଦପୁର ଥାନା ଅନ୍ତର୍ଗତ ଟାଙ୍ଗର ଗ୍ରାମର ରେ ଚାଷ କରୁଥିବା ବଳଦୁଆଁ ଗ୍ରାମର ଅକ୍ଷୟ ଦାସ ଦୁଡୁଗାଁ ର ଚିନ୍ମୟ ଜେନା ସାଙ୍ଗ ହୋଇ ତିନି ରୁ ଚାରି ହେକଟର ଜମି ଚାରି ବର୍ଷ ହେଲାଣି ବିଲାତି ବାଇଗଣ ଚାଷ କରି ଆସୁଥିଲେ । ଆଜିକୁ ତିନି ଦିନ ହେବ ରାତି ରେ ଚାଷ ଜମିରେ କୌଣସି ଚୋର ପଶି ବିଲାତି ବାଇଗଣ ଚୋରି କରୁଛନ୍ତି କିଛି କିଛି ବିଲାତି ବାଇଗଣ ଗଛ କାଟି ଆସୁଥିଲେ, ପାଣି ମଡା ଯାଉଥିବା ପାଇପି ଖଣ୍ଡ ଖଣ୍ଡ କରିଦେଉଥିଲେ ।

ଏହା ଚାଷୀ ଜାଣି ପାରିନଥିଲା । କିଏ କାଟୁଚି, କାହାକୁ ନ ଜଣାଇ ଦୁଇଚାଷି ରାତି ଅ ନିଦ୍ରା ହୋଇ ଜଗିଲେ ।ଠିକ ରାତି ସମୟରେ ଜମି ରେ ଦୁଇ ଦୃବୁତ ବିଲଟି ଗଛ ଓ ପାଇପ କାଟିବା ସମୟରେ ଦୁଇ ଚାଷୀ ଓ ତାର ଏକ ସାଙ୍ଗ ଦୁଇ ଚୋରକୁ କାବୁ କରିବା ସମୟରେ ତାଭିତରୁ ଜଣେ ଖସି ପଳାଇ ଥିଲା । ଅନ୍ୟ ଜଣକୁ ଧରି ଗଛ ରେ ବାନ୍ଧି ରଖିଥିଲେ, ସକାଳୁ ସକାଳୁ ତାର ପରିବାର କୁ ଜଣାଇଥିଲେ ।ପରିବାର ଲୋକେ କହିଲେ ମଦ ପିଇ ଆମକୁ ବାଡାଉଛି, ଆମକୁ ସିଏ ମାନୁ ନାହିଁ, ଆଜି ଦୁଇ ଚାଷୀ ଆନନ୍ଦପୁର ପୋଲିସ କୁ ଖବର ଦେଲେ ଆନନ୍ଦପୁର ପୋଲିସ ଆସି ତଦନ୍ତ କରି ଚାର ଜଣକୁ ଅଟକ ରଖି ପଚରେ ଉଚରା କରୁଛନ୍ତି ।
