ନିରପେକ୍ଷ(ବାଲେଶ୍ୱର/ନୀଳଗିରି ) ୨୯/୧୨ : ବର୍ତମାନ ନୀଳଗିରି ନିର୍ବାଚନ ମଣ୍ଡଳୀର ଔପଦା ବ୍ଲକ ଅଧିନ ରେ ସାଳନ୍ଦୀ କେନାଲ ର କାମ ଚାଲିଅଛି। ଏହି ଅଞ୍ଚଳର ଚାଷୀ ମାନେ କିପରି ଉପକୃତ ହେବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟୋଗ ରେ ଏହି ଅଞ୍ଚଳ ରେ ଜଳ ସେଚନ ର ବ୍ୟବସ୍ଥା କରାଯାଉଛି । କିନ୍ତୁ ଦୁଃଖ ର କଥା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଷୀ ଙ୍କ କଥା ଭାବୁ ଥିବା ବେଳେ ଠିକାଦାର ସଂସ୍ଥା ଆର.କେ.ଡି କିପରି ଚାଷୀ ଙ୍କ ପେଟ କୁ ଲାତ ମାରି ସାଳନ୍ଦୀ ପ୍ରୋଜେକ୍ଟ କାମ ରୁ କୋଟି କୋଟି ଟଙ୍କା ହଡ଼ପ କରିବ ସେ ନେଇ ଚକ୍ରାନ୍ତ ଆରମ୍ଭ କରିଛି।

ତା ଛଡା କେନାଲ କାମ କିପରି ସୁରକ୍ଷିତ ହେବ ରାତ୍ରି ସମୟ ରେ ଜିନିଷ ପତ୍ର ଚୋରି ନ ହେବା ପାଇଁ ଜି.ଆଇ.ଏସ୍.ଏସ୍ ନାମକ ଏକ ଘରଇ ସିକ୍ୟୁରିଟି ସଂସ୍ଥା କୁ ରକ୍ଷଣା ବେକ୍ଷଣ ଦାୟିତ୍ଵ ହସ୍ତାନ୍ତର କରିଛି ଆର. କେ. ଡି । ସବୁ ନେଣ ଦେଣ ରେ ଚାଲିଥିଲା ବେଳେ ଏଥିରେ ବଳି ପଡ଼ିଛନ୍ତି ନିରୀହ ଗରିବ ଲୋକ।ରାତି ରାତି ଉଜାଗର ରହି ସାଳନ୍ଦୀ କେନାଲ କୁ ଜଗି ରହୁଥିବା ବେଳେ ଜି.ଆଇ.ଏସ୍.ଏସ୍ ନାମକ ଠିକାଦାରୀ ସଂସ୍ଥା ର ମୁଖ୍ୟ ସତ୍ୟଜିତ ରାଉତ ସେମାନଙ୍କ ଦରମା ଟଙ୍କା ରେ ଫୁର୍ତି କରୁଛନ୍ତି ଦରମା ଟଙ୍କା ମାଗିବାରୁ ନାଲି ଆଖି ଦେଖାଇ ଧମକ ବି ଦେଉଛନ୍ତି ଉକ୍ତ ସଂସ୍ଥା ର କର୍ମଚାରୀ ମାନ ଙ୍କୁ , ବିନା କାରଣ ରେ ଦରମା କାଟି ନିରୀହ ସିକ୍ୟୁରିଟି ଙ୍କ ଉପରେ ପେନାଲ୍ଟି ପକାଇ ପଇସା କାଟୁଛନ୍ତି ଏ ଭଦ୍ର ଚେହେରା ଧାରୀ ଚିତାକଟା ଲୋକ ।

ଉକ୍ତ ସିକ୍ୟୁରିଟୀ ସଂସ୍ଥା ର ଦରମା ପାଇନଥିବା କିଛି କର୍ମଚାରୀ ଇଶ୍ୱରପୁର ଫାଣ୍ଡି ରେ ଏହି ସତ୍ୟଜିତ ରାଉତ ଙ୍କ ନାମ ରେ ଏକ ଅଭିଯୋଗ ପତ୍ର ଭାରପପ୍ରାପ୍ତ ଅଧିକାରୀ ଖଗେନ୍ ମହାଳିକ ଙ୍କୁ ଦେଇ ଦେଇଥିଲେ । ଅଭିଯୋଗ ପତ୍ର ପାଇବା ପରେ ଖଗେନ୍ ମହାଳିକ ସଙ୍ଗେ ସଙ୍ଗେ ମୁଖିଆ ଙ୍କୁ ଡାକି ସାତ ଦିନ ମଧ୍ୟରେ କିପରି ଭାବେ ସମସ୍ତ କର୍ମୀ ଦରମା ପାଇବେ ଏବଂ ସମସ୍ତ ସିକ୍ୟୁରିଟି କିପରି ମାସ କୁ ମାସ ଠିକ୍ ସମୟ ରେ ଦରମା ପାଇବେ ସେ ବିଷୟରେ ଏକ ଲିଖିତ ସମାଧାନ କରାଇ ଥିଲେ ।
