ନିରପେକ୍ଷ(ରାଇରଙ୍ଗପୁର) ୨୯/୧୨ : ମୟୂରଭଞ୍ଜର ମରଣଯନ୍ତା ବାଙ୍ଗିରିପୋଷି ଘାଟିରେ ସଡ଼କ ଦୁର୍ଘଟଣା ଥମିବାର ନାଁ ଧରୁନାହି। ଯାନ୍ତ୍ରିକ ତ୍ରୁଟି ଓ ଅଣଓସାରିଆ ରାସ୍ତା ଯୋଗୁଁ ହେଉ କିମ୍ବା କୈାଣସି କାରଣରୁ ହେଉ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ବେଳେ ଗୁରୁବାର ସନ୍ଧ୍ୟା ପାଖାପାଖି ପାଞ୍ଚ ଘଟିକା ସମୟରେ ଗୋଟିଏ ଗାଡ଼ି କୁ ପଛରୁ ଧକ୍କା ଦେଇ ଜଣେ ଡ୍ରାଇଭର ନିଜର ଗୋଡ଼ ହରାଇଥିବା ଜଣାପଡ଼ିଛି।

ସୁଚନା ମୁତାବକ ଗୋଟିଏ JH -05CD0624 ନମ୍ବର ବିଶିଷ୍ଟ ଏକ ଦଶଚକିଆ ହାଇଓ୍ବା ବିଶୋଇ ପଟୁ ଝାରପୋଖରିଆ ଅଭିମୁଖେ ଯାଉଥିଲା। ଡାଇଭରଙ୍କ କହିବା ମୁତାବକ କୌଣସି କାରଣ ବଶତଃ ଆଗରେ ଯାଉଥିବା ଥିବା ଏକ ଟ୍ରକ ହଠାତ୍ ବ୍ରେକ ମାରିବାରୁ ତା ପଛରେ ଧକ୍କା ହୋଇଥିଲା। ଫଳରେ ଡ୍ରାଇଭର ଜଣଂକ ଚାପିହୋଇ ଯାଇଥିଲା।
