ନିରପେକ୍ଷ(ପରଜଙ୍ଗ) ୨୯/୧୨ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ୫ଟି ସଚିବ ଭିକେ ପାଣ୍ଡିଆନ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ ।ଏହି ଅବସରରେ ପୃଥକ ଭାବେ ବ୍ଲକର ୨ ଟି ସ୍ଥାନରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ତୋଫାନୀ ଗସ୍ତ ହୋଇଥିଲା ।

ପ୍ରଥମେ ସରାଙ୍ଗ ବୈଷୟିକ ଇଞ୍ଜିନିୟରିଂ କଲେଜ ପରିସରରେ ଅବସ୍ଥିତ ଖେଳ ପଡ଼ିଆରେ ଭି କେ ପାଣ୍ଡିଆନ ବିମାନ ଯୋଗେ ଅବତରଣ କରିଥିଲେ।ସେଠାରୁ ଏକ ବିଶାଳ ରାଲି ରେ ସରାଙ୍ଗ ଅନନ୍ତ ଶୟନ ବ୍ରାହ୍ମଣୀ ନଦୀ ତଟରେ ଖୋଲା ଆକାଶ ପୂଜା ପାଉଥିବା ବିଶାଳକାୟ ବିଷ୍ଣଙ୍କ ଏହି ଅବସରରେ ପରଜଙ୍ଗ ବିଧାୟକ ନୃସିଂହ ସାହୁ ଏବଂ ଅନ୍ୟ ସମସ୍ତ ସରକାରୀ ସ୍ତରର ପଦାଧିକାରୀ ଓ ବିଜୁ ଜନତା ଦଳର ବରିଷ୍ଠ ପଦାଧିକାରୀ ସକ୍ରିୟ କର୍ମୀ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ,ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ,ବିଧାୟକ ଡଃ ନୃସିଂହ ଚରଣ ସାହୁ , ପ୍ରଣବ ପ୍ରକାଶ ଦାସ , ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଙ୍କ ସମେତ ସରକାରୀ ସ୍ତରର ବିଭାଗୀୟ ଅଧିକାରୀ କର୍ମଚାରୀ , ଓ ପ୍ରତ୍ୟେକ ବିଜୁ ଜନତା ଦଳର ବିଜୁ ଯୁବ ଛାତ୍ର ମହିଳା ମାନେ ଉଭୟ ସମାବେଶରେ ଯୋଗ ଦେଇଥିଲେ ।
