Home Breaking News ଚନ୍ଦ୍ରପୁରରେ ମା ଗୃହରେ ସନ୍ଦେହ ଜନକ ମୃତ, ହଜାର ହଜାର ଲୋକଙ୍କ ପ୍ରତିବାଦ

ଚନ୍ଦ୍ରପୁରରେ ମା ଗୃହରେ ସନ୍ଦେହ ଜନକ ମୃତ, ହଜାର ହଜାର ଲୋକଙ୍କ ପ୍ରତିବାଦ

by Admin
0 comment

ରାୟଗଡା (ନିରପେକ୍ଷ): ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକରେ ମୃତ ଯୁବତୀ ଲକ୍ଷ୍ମୀ ମାଝୀ ଜଣକ କାଶିପୁର ବ୍ଲକର ନଟିଗୁଡା ଗ୍ରାମର ବେଲଧର ମାଝୀଙ୍କ ୨୮ ବର୍ଷର ଝିଅ । ସେ ଚନ୍ଦ୍ରପୁର ସ୍ଥିତ ମା’ ଗୃହରେ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟ କରୁଥିଲେ। ଡିସେମ୍ବର ୨୧ ତାରିଖ ରାତିରେ ଡାକ୍ତରଖାନା ପରିସରରେ ଥିବା ଏକ ଭଗ୍ନ ଅବସ୍ଥାରେ ଥିବା ଘର ନିକଟରେ ତାଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଥିବାରୁ କିପରି ତାଙ୍କର ମୃତ୍ୟୁ ହେଲା ସନ୍ଦେହ ଘେରରେ ରହିଛି। ୨୧ତାରିଖରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଦୀର୍ଘ ୭ ଦିନପରେ ମଧ୍ୟ ପୋଲିସର ହାତ ଖାଲି ଏହାର ପ୍ରତିବାଦରେ ଆଜି ଟିକିରି ଅଞ୍ଚଳର ପ୍ରାୟ ୪ ହଜାର ଆଦିବାସୀ ପୁରୁଷ -ମହିଳା ନ୍ୟାୟପାଇଁ  ଟିକିରି ଆଜାଦ କ୍ଲବ ଠାରୁ ବାହାରି ଗକୁଳମୂଣ୍ଡା ହାଟ ପଦାରେ ପହଞ୍ଚି ଏକ ସଭା ହୋଇଥିଲା ।ମୃତ ପରିବାରକୁ ନ୍ୟାୟ ଦାବିରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପରିବାର ତରଫରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଚନ୍ଦ୍ରପୁର ଥାନାରେ ଏତଲା ଦିଆଯାଇଥିଲା।

ତେବେ ଏହାର ସତ୍ୟତା ଜାଣିବା ପାଇଁ ଭାଜପା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼.ଐଶ୍ଵର୍ୟା ବିଶ୍ବାଳଙ୍କ ନିର୍ଦ୍ଦେଶରେ ଏକ ଫାକ୍ଟ ଫାଇଣ୍ଡିଂ ଟିମ୍ ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ରଙ୍କ ନେତୃତ୍ବରେ ମଙ୍ଗଳବାର ଚନ୍ଦ୍ରପୁର ଯାଇଥିଲେ। ଚନ୍ଦ୍ରପୁରରେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା ସମ୍ପାଦକ କାଳିରାମ ମାଝି ଯାଇ ମୃତ ଯୁବତୀ ଓ ଅନ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିବା ପରେ ମୁନିଗୁଡ଼ା ଏସ୍‌ଡିପିଓ ଏବଂ ଆଇଆଇସିଙ୍କୁ ଭେଟିଥିଲେ। ଏହାପରେ ମୁନିଗୁଡା ଡାକ୍ତରଖାନାରେ ବ୍ୟବଚ୍ଛେଦ ରିପୋର୍ଟ ଦେବାରେ ବିଳମ୍ବକୁ ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ମହିଳା ମୋର୍ଚ୍ଚାର ଏହି ଟିମ ମୃତକଙ୍କ ପରିବାରଙ୍କୁ ଭେଟିଛନ୍ତି । ପୋଲିସ ତଦନ୍ତ ଉପରେ ମଧ୍ୟ ସନ୍ଦେହ କରିଛନ୍ତି ପରିବାର ଲୋକ। ଠିକ ଭାବେ ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ପିତା ବେଲଧର ମାଝୀ କହିଛନ୍ତି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc