ବ୍ରହ୍ମଗିରି (ନିରପେକ୍ଷ): ବ୍ରହ୍ମଗିରିରେ ଏଥର ଉପାସନା ! ବ୍ରହ୍ମଗିରିରେ ବାଜି ମାରିବେ ଉପାସନା ! ପୁଣି ବ୍ରହ୍ମଗିରି ଦେଖିବ ମହାଲଢେଇ। ଓଡିଶା ରାଜନିତିରେ ପୁଣି ଝଡ ସୃଷ୍ଠି କରିବ ବ୍ରହ୍ମଗିରି। ବ୍ରହ୍ମଗିରିରେ ବଢୁଛି ଉପାସନା ମହାପାତ୍ରଙ୍କ କ୍ରେଜ୍। ଶକ୍ତିସାଳୀ ହେଉଛି ବ୍ରହ୍ମଗିରି ବିଜେପି। ୨୦୨୪ ପାଇଁ ଜୋରସୋର ଚାଲିଛି ପ୍ରସ୍ତୁତି। ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାସ ବର୍ମା ଏବେଠୁ ବ୍ରହ୍ମଗିରିରେ ଅଣନିଶ୍ବାସୀ ହୋଇପଡିଲେଣି। ୨୦୨୪ ରେ ସଞ୍ଜୟଙ୍କ ଉପରେ ମହଙ୍ଗା ପଡିବ ଚିତପଲାଇ ହତ୍ୟାକାଣ୍ଡ ଘଟଣା। ନିଜ ବ୍ୟକ୍ତିଗତ ସହାୟକ ବା ପିଏ ହତ୍ୟାକାଣ୍ଡ ପଛରେ ସଞ୍ଜୟ ସମ୍ପୁକ୍ତ ଥିବା ଚିତ ରଞ୍ଜନ ପଲାଇଙ୍କ ପରିବାର ଲୋକେ ଅଭିଯୋଗ ଆଣି ଏବେବି ସିବିଆଇ ତଦନ୍ତ ଦାବୀ କରିଛନ୍ତି। ଯେଉଁ ପ୍ରସଙ୍ଗ ସଞ୍ଜୟ ଦାସ ବର୍ମାଙ୍କୁ ହରଡ ଘରଣା ପକାଇବ। ଯେଉଁ ପ୍ରସଙ୍ଗ ୨୦୨୪ ରେ ବିଜେପି କରିପାରେ ବଡ ପ୍ରସଙ୍ଗ।
