Home Breaking News ସପ୍ତ ଦିବସୀୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

ସପ୍ତ ଦିବସୀୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

by Admin
0 comment

ରାଉରକେଲା (ନିରପେକ୍ଷ): ରାଉରକେଲା ଛେଣ୍ଡ ସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସପ୍ତ ଦିବସୀୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଧାମରା ବସ୍ତି ଠାରେ ଆରମ୍ଭ ହୋଇଯାଇଛି। ଉଦଘାଟନୀ ଦିବସରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଦିପ୍ତିମୟୀ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକ୍ରମର ଆବାହକ ଅଧ୍ୟାପକ ହରିଶ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦ୍ରମଣି ମାଝୀ ମୁଖ୍ୟଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ କହିଲେ, ଯେ ଛାତ୍ର ଛାତ୍ରୀଙ୍କ ଶିକ୍ଷା ସହ ସାମାଜିକ ପ୍ରତିବଦ୍ଧତାକୁ ଗୁରୁତ୍ବ ଦିଆଯାଇ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ କରାଯାଉଛି। ଏହା ସହ ସେ ସ୍ବଛତା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟ ପରାୟଣତା, ଆଗ୍ରହ, ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ଚଳିତ ବର୍ଷର ଥିମ୍ ମୋ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ନେଇ କହିଲେ ଯେ ୧୯୬୯ ମସିହାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏଥିରେ ଯୋଗ ଦେଉଥିବା ଛାତ୍ର ଛାତ୍ରୀ ସାମାଜିକ ଦାୟିତ୍ୱବୋଧ ଓ ନିଜସ୍ବ ଆଭ୍ୟନ୍ତରୀଣ ଗୁଣ ବିକଶିତ କରିବା ପାଇଁ ସହାୟକ ହୋଇଥାଏ। ଏପରି ସାମାଜିକ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାଏ ବୋଲି ମତ ରଖିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ଏହି ଯୋଜନା ୩ବର୍ଷ ଧରି ବିଦ୍ୟାଳୟ ତରଫରୁ ଆୟୋଜନ କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଆବାହକ ଶ୍ରୀ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସାତ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସପ୍ତ ଦିବସୀୟ କାର୍ଯ୍ୟକ୍ରମରେ ଯୋଗ, ପ୍ରାର୍ଥନା,ବସ୍ତି ସଫେଇ, ନିଶା ନିବାରଣ ରାଲି, କଲୋରା ଓ ହଇଜା ସମ୍ପର୍କୀତ ତଥା ସାକ୍ଷରତା ସଚେତନତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତଭୁକ୍ତ ରହିଛି। ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ଙ୍କ ସହ ବହୁ ଛାତ୍ର ଉପସ୍ଥିତ ରହି ସ୍ବଛତା ଅଂଶଗ୍ରହଣ କରିଥିଲେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc