Home Breaking News ମା ଗୃହ ୱାଡେନଙ୍କ ଦରପୋଡ଼ା ମରଶରୀର ଉଦ୍ଧାର, ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ବନ୍ଦ

ମା ଗୃହ ୱାଡେନଙ୍କ ଦରପୋଡ଼ା ମରଶରୀର ଉଦ୍ଧାର, ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ବନ୍ଦ

by Admin
0 comment

ରାୟଗଡା (ନିରପେକ୍ଷ): ମା ଗୃହ ୱାଡେନଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ଘଟଣା ଗତକାଲି କାଶୀପୁର ବ୍ଲକ ଟିକିରି ଠାରେ ଦୋଷୀକୁ ଧରି ଗିରଫ କରାଯାଉ ଦାବୀରେ କାଶୀପୁରରେ ଶୋଭାଯାତ୍ରା କରିଥିଲା ଜିଲା ଆଦିବାସୀ ମହାସଂଘ | ଆଜି ରାୟଗଡ଼ା ଜିଲା ମହିଳା ମୂର୍ଚ୍ଛା ପକ୍ଷରୁ ରାୟଗଡ଼ା ଜିଲ୍ଲା ୬ ଘଣ୍ଟା ପାଈଁ ବନ୍ଦ ଡାକରା ଦେଇଛନ୍ତି | ଆଜି ସକାଳୁ ରାୟଗଡ଼ା ସହରର କପିଳାସ ଛକଠାରେ ରାସ୍ତା ଅବରୋଧ କରାଯାଇଛି | ଏଣୁ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଛି | ବନ୍ଦ ସ୍ତରରେ ଜିଲାସଭାପତି ଶିବ ପଟ୍ଟନାୟକ, ନଗର ସଭାପତି ମଞ୍ଜୁଳା ମିନିଆକା, sc/st ମୂର୍ଚ୍ଛା ଜାତୀୟ ସମ୍ପାଦକ ପ୍ରମୁଖ ଉପସ୍ଥିତ ଅଛାନ୍ତି।

ପ୍ରକାଶ ଥାଉ କି, ଗତ ୨୧ ତାରିଖ ଦିନ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା। ଉଦ୍ଧାର ମରଶରୀର ଲକ୍ଷ୍ମୀ ମାଝି, ସେ ଦୀର୍ଘ ୫ ବର୍ଷ ହେବ ଆଲିଶା ନାମକ ସ୍ଵେଚ୍ଛାସେବୀ ସଂସ୍ଥା ଦ୍ବାରା ନିଯୁକ୍ତି ହୋଇ ଚନ୍ଦ୍ରପୁର ମା ଗୃହରେ ୱାଡେନ ଭାବେ କାର୍ଯ୍ୟରତ ଥିଲେ, ତାଙ୍କ ଘର କାଶୀପୁର ବ୍ଲକ ନାକେଟିଗୁଡା ଗାଁ। ଘଟଣାର ଖବର ପାଇଁ ପରିବାରବର୍ଗ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତକ ଜଣକ ଦିବ୍ୟାଙ୍ଗ ଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc