Home Breaking News ମରାମତି ହେଲା ପୋଡା ଟ୍ରାନ୍ସଫରମର

ମରାମତି ହେଲା ପୋଡା ଟ୍ରାନ୍ସଫରମର

ବିଜୁଳି ସଂଯୋଗ ନେଇ ପ୍ରଶାନ୍ତଙ୍କ ନେତୃତ୍ୱରେ ଶତାଧିକ ପରିବାରଙ୍କ ଦାବି ପତ୍ର

by Admin
0 comment

ରାଉରକେଲା (ନିରପେକ୍ଷ): ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ଉଦ୍ୟମରେ ଦକ୍ଷିଣ ରାଉରକେଲା ତାରପୁର କଲୋନୀ ନିକଟସ୍ଥ ବନ୍ଧବସା ବାସିନ୍ଦା ବିଜୁଳି ଜନିତ ସମସ୍ୟାରୁ ଆଜି ମୁକ୍ତି ପାଇଛନ୍ତି l ଦୀର୍ଘ ପନ୍ଦର ଦିନ ହେବ ଟ୍ରାନ୍ସଫରମରଟି ପୋଡି ଯିବାରୁ ବସ୍ତି ବାସିନ୍ଦା ଅନ୍ଧକାରରେ ଥିଲେ l ବସ୍ତିକୁ ଜନନୀ ସମ୍ପର୍କ ଅଭିଯାନରେ ଆସିଥିବା ପ୍ରଶାନ୍ତ ଏକଥା ଜାଣିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ତତକ୍ଷଣାତ ଯୋଗାଯୋଗ କରିଥିଲେ l ବସ୍ତିର ଏକ ପ୍ରତିନିଧି ମଣ୍ଡଳୀଙ୍କୁ ସାଙ୍ଗରେ ଧରି ବିଭାଗୀୟ ଅଧିକାରୀ ତଥା ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିଅର ସୁଶାନ୍ତ ପଣ୍ଡାଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ନିବେଦନ କରିଥିଲେ l ଫଳରେ ମାତ୍ର ଦୁଇ ଦିନ ମଧ୍ୟରେ ଟ୍ରାନ୍ସଫରମର କାର୍ଯ୍ୟକ୍ଷମ ହେବା ସହ ବସ୍ତିକୁ ବିଜୁଳି ସରବରାହ ସ୍ୱାଭାବିକ ହୋଇଥିଲା l ଏହି ଅବସରରେ ବିଜୁଳି ସଂଯୋଗରୁ ବଞ୍ଚିତ ବସ୍ତିର ଶତାଧିକ ପରିବାର କିଭଳି ବିଜୁଳି ଆଲୋକ ଦେଖିବେ ସେନେଇ ଆଲୋଚନା ପରେ ପ୍ରଶାନ୍ତ ବିଭାଗୀୟ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ l ପ୍ରାଥମିକତା ଭିତିରେ ବସ୍ତିରେ ଖୁଣ୍ଟ ପକାଇ ବଞ୍ଚିତ ପରିବାରକୁ ତୁରନ୍ତ ବିଜୁଳି ସଂଯୋଗ ଯୋଗାଇ ଦେବାକୁ ପ୍ରଶାନ୍ତ ଦାବି କରିଥିଲେ l

ଏହି ଅବସରରେ ବିଭାଗୀୟ ଅଧିକାରୀଙ୍କ ସହଯୋଗ ମନୋଭାବକୁ ଶତାଧିକ ବସ୍ତି ବାସିନ୍ଦା ପ୍ରଶଂସା କରିବା ସହ ଯୁଦ୍ଧ କାଳୀନ ଭିତିରେ ଟ୍ରାନ୍ସଫର ମର ମରାମତି କରିଥିବାରୁ କୃତଜ୍ଞତା ଜଣାଇ ଥିଲେ l ଜନନୀ ସମ୍ପର୍କ ଅଭିଯାନ ମାଧ୍ୟମରେ ପ୍ରଶାନ୍ତ ଏଭଳି ସମସ୍ୟା ସମ୍ପର୍କରେ ଅବଗତ ପରେ ତୁରନ୍ତ ପଦକ୍ଷେପ ନେଇଥିବାରୁ ବସ୍ତିର ଶତାଧିକ ପରିବାର ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ରାଜେଶ ଶର୍ମା, ସତପାଲ ଗୌଡ଼, ଦେଓମୁନି ସାମନ୍ତ, ଲକ୍ଷ୍ମୀ ପାତ୍ର, ରାଧା ସାଣ୍ଡିଲ, ସୁଶୀଳା ବିନ୍ଧାଣି, ରୀନା ଲୋହାର, ସୁକାନ୍ତି ଓରାମ ଓ ସରୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc