Home Breaking News ଉଦଘାଟିତ ହେଲା ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା

ଉଦଘାଟିତ ହେଲା ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା

by Admin
0 comment

ରାୟଗଡା(ନିରପେକ୍ଷ): ରାୟଗଡା ଜିଲ୍ଳାପାଳ ତଥା ଜିଲ୍ଳା ସଂସ୍କୃତି ପରିଷଦ ଅଧ୍ୟକ୍ଷା ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଳାର କଳା ଓ ସଂସ୍କୃତିର ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୩’ ଆରମ୍ଭ ହୋଇଯାଇଛି । ଡିସେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବାକୁ ଥିବା ମଝିଘରିଆଣୀ ମନ୍ଦିରରୁ ମା’ଙ୍କ ଆଜ୍ଞାମାଳ ଧରି ବିରାଟ ଶୋଭାଯାତ୍ରା ବାହାରି, ସାରା ସହର ପରିକ୍ରମା କରି ରାସ୍ତା ତମାମ ଆଦିବାସି ସଂସ୍କୃତି ନାଚ ସଙ୍ଗୀତ ପରିବେଷଣ କରି ଗୋବିନ୍ଦ ଚନ୍ଦ୍ର ଦେବ ବିଦ୍ୟାଳୟ ପଡିଆରେ ପହଞ୍ଚିଥିଲେ।

ସେଠାରେ ଆୟୋଜିତ ଏକ ସଭାରେ ମଞ୍ଚ ହେଇଥିଲେ ଆଦିବାସୀ କଲ୍ୟାଣ, ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଠା ପ୍ରଦୀପ ମାଝୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ରହି ଚଇତାଳି ପୁସ୍ତକ ଉନ୍ମୋଚିତ କରି ଓ ପଲ୍ଲୀଶ୍ରୀ ମେଳାର 300ରୁ ଉର୍ଦ୍ଧ୍ବ ଷ୍ଟଲ ପରିଦର୍ଶନ କରିଥିଲେ । ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକରୁ କଳାକାରମାନେ ଆସି ଶୋଭାଯାତ୍ରାରେ ସାମିଲ ହୋଇଥିଲେ | ପ୍ରଥମ ଦିନର କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଭାବେ ସୁପରିଚିତ କଣ୍ଠଶିଳ୍ପୀ ଶୁକଦେବ ବାରିକଙ୍କ ଗୀତରେ ଦର୍ଶକ ଝୁମିଥିଲେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc