Home Breaking News ଭୀଷ୍ମଗିରି ହାଇସ୍କୁଲରେ ହୀରକ ଜୟନ୍ତୀ ଉଦଘାଟିତ

ଭୀଷ୍ମଗିରି ହାଇସ୍କୁଲରେ ହୀରକ ଜୟନ୍ତୀ ଉଦଘାଟିତ

by Admin
0 comment

ଗଞ୍ଜାମ (ନିରପେକ୍ଷ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ହାଇସ୍କୁଲ ପଡିଆ ଠାରେ ହୀରକ ଜୟନ୍ତୀ ଉଦଘାଟିତ ହୋଇଯାଇଛି | ଏହି କାଯ୍ୟକ୍ରମର ସଭାପତି ଭାବେ ଡ଼. ବାଳକୃଷ୍ଣ ପଣ୍ଡା ସଭାପତିତ୍ୱ ଏବଂ କାର୍ଯ୍ୟକାରୀ ସଭାପତି ବିଜୟ ବକ୍ସିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି |

ଏହି ଉତ୍ସବରେ ପଦ୍ମଶ୍ରୀ ଡ଼ଃ. ଆଦିତ୍ୟ ପ୍ରସାଦ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବିଶିଷ୍ଟ ବୈଜ୍ଞାନିକ ଡ଼. ଶରତ କୁମାର ଦାସ, ଅବସରପ୍ରାପ୍ତ ଅଗ୍ନିଶମ ମହାନିର୍ଦେଶକ ସନ୍ତୋଷ କୁମାର ଉପାଧ୍ୟୟ, ଭୀଷ୍ମଗିରି ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ ଏବଂ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ବାରମ୍ଭରେ ଦିବଙ୍ଗତ ହାଇସ୍କୁଲ ପ୍ରତିଷ୍ଠାତା ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସୃତିରେ ଶ୍ରଦ୍ଧାଶୁମନ ଅର୍ପଣ ସହ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଥିଲେ | ବୃନ୍ଦ ହାଇସ୍କୁଲର ଗାରିମାମୟ ଇତିହାସ ଉପରେ ଆଲୋକପାତ କରି ଏଠାରୁ ଉତ୍ତୀର୍ଣ୍ଣ ବହୁ ଛାତ୍ରଛାତ୍ରୀ ବିଶ୍ୱର ବିଭିନ୍ନ କୋଣରେ ପଦପଦବୀରେ ରହି ଏହାର ପରିଚୟକୁ ପରିବ୍ୟାପ୍ତ କରାଯାଇପାରିଥିବା କହିଥିଲେ | ଆଗକୁ ଛାତ୍ରଛାତ୍ରୀ ମାନେ ଦୃଢ ଇଚ୍ଛାଶକ୍ତି ରଖି ଅଧ୍ୟୟନ ଦିଗରେ କଠିନ ପରିଶ୍ରମ କଲେ ଶତବାର୍ଷିକ ଉତ୍ସବ ପାଳନ ବେଳକୁ ବିଦ୍ୟାଳୟ ତଥା ଭିଷ୍ମଗିରି ଗ୍ରାମ ସୁନାମ ବହୁଗୁଣିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ| ପରିଶେଷରେ ସାସୃତିକ କାଯ୍ୟକ୍ରମରେ ଓଡିଶା ତଥା ଓଡିଶା ବାହାରେ ସୁନାମ ଅର୍ଜନ କରି ଇଣ୍ଡିଆ ଗୋ ଟ୍ୟାଲେଣ୍ଟେରେ ପ୍ରଥମସ୍ଥାନରେ ବିଜୟୀ ହୋଇଥିବା ବ୍ରହ୍ମହପୁର ପ୍ରିନ୍ସ ଡାନ୍ସ ଗ୍ରୁପ ତାଙ୍କ ସମସ୍ତ ଗୀତ ପରିବେଶଣ କରି ଲୋକଙ୍କୁ ଉତ୍ସହିତ କରିଥିଲେ | ଏମିତିକି ବାଲେଶ୍ୱର, କୋରାପୁଟ, ବରଗଡ଼ ଜିଲ୍ଲାରୁ ନାମିଦାମୀ ଡାନ୍ସଗ୍ରୁପ ନିଜନିଜର ଜଲବା ଦେଖାଇଥିଲେ | କାଯ୍ୟକ୍ରମ ଶେଷରେ ଭୀଷ୍ମଗିରି ହାଇସ୍କୁଲ ଛାତ୍ରଛାତ୍ରୀମାନେ ଏକ ଓଡ଼ିଆ ଭଜନରେ ଅଭିନୟ କରି ଆଲୋକ ଆଖିରେ ଲୁହ ଆଣିଦେଇଥିଲେ |

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc