Home news ୨୭ ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ

୨୭ ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ

#ସଂକଳ୍ପ_ନେଲେ_କର୍ମୀ_ପୁଣି_ନବୀନ ହେବେ_ମୁଖ୍ୟମନ୍ତ୍ରୀ

by Admin
0 comment

ନିରପେକ୍ଷ(ବାଲେଶ୍ୱର)୨୭/୧୨ : ୨୭ ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ।ଏଥିପାଇଁ ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ୨୭ତମ ପ୍ରତିଷ୍ଠା ସମାରୋହ ପାଳନ କରାଯାଉଛି। କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନବନ୍ଦର ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା, ଗଣଦୌଡ଼, ରକ୍ତଦାନ ଶିବିର, ସଭା ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ‘ନବୀନ ଓଡ଼ିଶା’ ଗଠନ ପାଇଁ ବ୍ରତୀ ହେବା ଲାଗି କର୍ମୀ ମାନେ ଆଜିର ଦିନରେ ଶପଥ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାରେ ଅନୁରୂପ ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀର ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ରହି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ, ଦୂରଦୃଷ୍ଟି ଏବଂ ସ୍ବଚ୍ଛ ଶାସନରେ ଅନୁପ୍ରାଣୀତ ହୋଇ ଦୀର୍ଘ ୨୬ ବର୍ଷ ଧରି ଯେପରି ବିଜୁ ଜନତା ଦଳ ପ୍ରତି ସମର୍ଥନ ରହିଆସିଛି, ସେହିପରି ଆଗାମୀ ଦିନରେ ଏହି ସମର୍ପିତ ଭାବ ବଜାୟ ରଖି ନିଷ୍ଠାପର ଭାବେ ନିରବଚ୍ଛିନ୍ନ କାର୍ଯ୍ୟ କରି, ନବୀନ ଓଡ଼ିଶା ଗଠନରେ ଭାଗିଦାର ହେବା ପାଇଁ ପ୍ରତିଷ୍ଠା ଦିବସରେ କର୍ମୀମାନେ ଶପଥ ଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବ୍ରିଟ ଅଧ୍ୟକ୍ଷ ଆଲୋକ ସାହୁ, ବାଲେଶ୍ଵର ପୌରଧ୍ୟକ୍ଷା ସବିତା ସାହୁ, ସଦର ବ୍ଲକ୍ ଅଧ୍ୟକ୍ଷା ସୁନିତା ବେହେରା, ବାଲେଶ୍ଵର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର, ବିଜେଡି ଜିଲ୍ଲା ବରିଷ୍ଠ ଉପସଭାପତି ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ସମେତ ସଦର ବ୍ଲକର ନେତୃବୃନ୍ଦମାନେ ଉପସ୍ଥିତ ଥିଲେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc