Home Breaking News ସେବା ଓ ଉନ୍ନୟନରେ ବାଧା ସାଜିଛି ସରକାରୀ ଦପ୍ତର

ସେବା ଓ ଉନ୍ନୟନରେ ବାଧା ସାଜିଛି ସରକାରୀ ଦପ୍ତର

by Admin
0 comment

ଢେଙ୍କାନାଳ(ନିରପେକ୍ଷ): ପେଶାରେ ଥିଲେ ଜଣେ ଇଂଜିନିୟର | ନାମିଦାମୀ କମ୍ପାନୀରେ ମୋଟା ଅଙ୍କର ଦରମା ପାଉଥିଲେ। ହେଲେ ଚତୁର୍ପାଶ୍ୱରେ ଅନେକ କଳକାରଖାନା ଥିବା ସତ୍ୱେ ନିଜ ଅଞ୍ଚଳର ଏଭଳି ଦୟନୀୟ ଅବସ୍ଥାକୁ ଦେଖି ଅଣ୍ଟା ଭିଡିଥିଲେ ଏହି ଯୁବକ। ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ କମଳାଙ୍ଗ ଯୁବ ଇଞ୍ଜିନିୟର ଜିତେନ୍ଦ୍ର କୁମାର ବେହେରା ନିଜ ପଞ୍ଚାୟତର ସମସ୍ୟାକୁ ଦୁରକରିବା ନିମନ୍ତେ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ତଥା ଦୁଖୀ ରଙ୍କିଙ୍କ ସେବାରେ ନିଜକୁ ନିୟଜିତ କରିବା ନିମନ୍ତେ ଚାକିରୀ ଛାଡି ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ଛିଡା ହେଲେ। ନିର୍ବାଚିତ ହେଲେ ମଧ୍ୟ କିନ୍ତୁ ବିଡମ୍ବନାର ବିଷୟ ଦାଇତ୍ୱ ଗ୍ରହଣ କରିବାର 2 ବର୍ଷ ହେବାକୁ ବସିଥିଲା ବେଳେ ପଂଚାୟତର ଅନେକ ସମସ୍ୟା ଦୂରୀକରଣ ନିମନ୍ତେ ଅନେକ ବାର ବ୍ଲକ, ଜିଲ୍ଲା ତଥା ରାଜ୍ୟ ଦପ୍ତରକୁ ଦୌଡ଼ି ଦୌଡ଼ି ନିରାଶ ହେଉଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି କି ଦୃଷ୍ଟି ଦେଉନଥିବା କହିଛନ୍ତି ଏହି ଯୁବ ସରପଞ୍ଚ।

ଯୁବ ସରପଞ୍ଚ କହିବା ମୁତାବକ, ସରକାର ପର୍ଯ୍ୟାପ୍ତ ଅର୍ଥରାଶି ପ୍ରଦାନ କରୁଥିଲେ ମଧ୍ୟ ସରକାରୀ ଅଫିସର ମାନଙ୍କ ମନମୁଖୀ କାର୍ଯ୍ୟ ଏବଂ ଅବହେଳା ନିମନ୍ତେ ଉନ୍ନୟନ କାର୍ଯ୍ୟ ହେଇ ପାରୁନାହିଁ | ଅଫିସର ମାନଙ୍କ ଅନୁପସ୍ଥିତ, କାମକରିବାର ଅନିଚ୍ଛା, ପିସି କାରବାର, ବିଲ ପେମେଣ୍ଟରେ ଅବହେଳା ଏପରି ଅନେକ ମନମୁଖୀ କାର୍ଯ୍ୟ ନିମନ୍ତେ ଉନ୍ନତି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାର ସେ ମତବ୍ୟକ୍ତ କରନ୍ତି | ଏପରିକି କମଳାଙ୍ଗ ଗ୍ରାମପଂଚାୟତରେ ବିଗତ 21-22 ଆର୍ଥିକ ବର୍ଷରେ 1 ଟଙ୍କା ଖର୍ଚ ହୋଇନପାରିଥିବା ବେଳେ ମନ୍ଦିର ଉନ୍ନତିକରଣ ନିମନ୍ତେ ସରକାର ଗୁରତ୍ୱ ଦେଉଥିବା ସ୍ଥଳେ, କମଳାଙ୍ଗ ଗ୍ରାମ କମଲେଶ୍ୱର ମନ୍ଦିର ଉନ୍ନତି କରଣ ନିମନ୍ତେ ଅନେକ ବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟ ହୋଇପାରୁନାହିଁ | ପାନୀୟ ଜଳ ସମସ୍ୟା ପଂଚାୟତର ଏକ ମୁଖ୍ୟ ସମସ୍ୟା ହୋଇଥିଲେ ମଧ୍ୟ ତାହା ସମାଧାନ ହୋଇପାରିନଥିବା ସେ ଅଭିଯୋଗ କରିଛନ୍ତି |

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc