ଆସିକା ବିଜୁଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ
ଗଞ୍ଜାମ (ନିରପେକ୍ଷ): ଗଞ୍ଜାମ ଜିଲ୍ଲା ଆସିକା ବିଜୁ ଜନତା ଦଳ ପକ୍ଷରୁ ଆସିକା ଟାଉନ୍ ହଲ୍ ପଢିଆ ଠାରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ୨୬ ତମ ପୂର୍ତ୍ତି ଏବଂ ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଜୁ ପଟ୍ଟନାୟକ ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପରେ ଆସିକା ଉପଖଣ୍ଡ ଚିକିତ୍ସାଳୟରରେ ପହଞ୍ଚି ସମସ୍ତ ରୋଗୀ ମାନଙ୍କୁ କମ୍ବଳ ଓ ଫଳ ବଣ୍ଟନ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝଥିଲେ l ଶେଷରେ ଟାଉନ୍ ହଲ୍ ପଢ଼ିଆ ଠାରେ ଦଳୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
previous post