ନିରପେକ୍ଷ(ବାଲେଶ୍ୱର) : ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜନସେବାର ମନୋବୃତି ନେଇ ବାଲେଶ୍ଵର ଜୋନ ବିଜୁ ଯୁବ ଜନତା ଦଳ ପକ୍ଷରୁ ସୋମବାର ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ସହରର ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ଜୋନ୍ ସ୍ତରୀୟ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ରହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |
