Home Breaking News ବିଶୋଇରେ ଅଟଳବିହାରୀଙ୍କ ୯୯ତମ ଜନ୍ମଜୟନ୍ତୀରେ ପ୍ରତିମୂର୍ତ୍ତି ଓ ଅଟଳବିହାରୀଙ୍କ ଛକ ଉନ୍ମୋଚିତ କଲେ କେନ୍ଦ୍ରମନ୍ତ୍ରୀ

ବିଶୋଇରେ ଅଟଳବିହାରୀଙ୍କ ୯୯ତମ ଜନ୍ମଜୟନ୍ତୀରେ ପ୍ରତିମୂର୍ତ୍ତି ଓ ଅଟଳବିହାରୀଙ୍କ ଛକ ଉନ୍ମୋଚିତ କଲେ କେନ୍ଦ୍ରମନ୍ତ୍ରୀ

by Admin
0 comment

ରାଇରଙ୍ଗପୁର (ନିରପେକ୍ଷ): ଅଟଳ ବିହାରି ବାଜପାୟୀଙ୍କ ୯୯ତମ ଜନ୍ମଜୟନ୍ତୀରେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ବିଶୋଇ ଠାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ଵାରା ସ୍ବର୍ଗତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୃତି ଉନ୍ମୋଚିତ କରିଛନ୍ତି।

ଯଶିପୁର ପଟୁ ବିଶୋଇକୁ ପ୍ରବେଶ କରୁଥିବା ଓ ଯାଉଥିବା ଛକରେ ଏହି ପ୍ରତିମୃତି ଉନ୍ମୋଚିତ କରିବା ସହ ସେହି ଛକକୁ ଅଟଳବିହାରୀ ଛକ ନାମରେ ଉନ୍ମୋଚିତ କରିଛନ୍ତି। ଆଜି ଭଳି ଭାରତରତ୍ନ ଅଟଳ ବିହାରିଙ୍କ ୯୯ତମ ଜନ୍ମଜୟନ୍ତୀରେ ହଜାର ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ରହିଥିଲେ। ମୁଖ୍ୟଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଅଞ୍ଚଳର ଲୋକପ୍ରିୟ ବିଧାୟକ ଡ. ବୁଢାନ ମୁର୍ମୁ, ବିଧାୟକ ଗଣେଶ ରାମ୍ ଖୁଣ୍ଟିଆ, ବିଧାୟକ ନବଚରଣ ମାଝୀ, ବିଧାୟକ ପ୍ରକାଶ ସୋରେନ୍, ପୁର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଆଦି ଯୋଗ ଦେଇଥିବା ସହିତ ବହୁ ଆଗ ଧାଡିର ବିଜେପି କାର୍ଯ୍ୟକ୍ରତା ଯୋଗଦେଇଥିଲେ। ଜିଲ୍ଲା ଉପ ସଭାପତି ଝୁରିଲାଲ୍ ମହାନ୍ତ ସଭା ପରିଚାଳନା କରିଥିଲେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc