Home Breaking News ଜନ୍ମମାଟିରେ ବାଗ୍ମୀ ବିଶ୍ୱନାଥ କରଙ୍କ ୧୫୯ ତମ ଜୟନ୍ତୀ ଉତ୍ସବ ପାଳନ

ଜନ୍ମମାଟିରେ ବାଗ୍ମୀ ବିଶ୍ୱନାଥ କରଙ୍କ ୧୫୯ ତମ ଜୟନ୍ତୀ ଉତ୍ସବ ପାଳନ

by Admin
0 comment

ମହଙ୍ଗା (ନିରପେକ୍ଷ): ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର କ୍ରାନ୍ତିଦ୍ରଷ୍ଟା ପୁରୁଷ, ବିଖ୍ୟାତ ସାମ୍ବାଦିକ ଏବଂ ସମ୍ପାଦକ ବାଗ୍ମୀ ବିଶ୍ୱନାଥ କରଙ୍କ ୧୫୯ତମ ଜନ୍ମ ଜୟନ୍ତୀ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମୂଳବସନ୍ତରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମାହାଙ୍ଗାର ବିଧାୟକ ପ୍ରତାପ ଜେନା ସଭାପତତ୍ବ କରିଥିଲେ | ଓଡିଆ ଜାତିର ମହାନ ଜନ ନାୟକ ସ୍ବର୍ଗତ କରଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ ଶ୍ରୀ ଜେନା କହିଥିଲେ ବାଗ୍ମୀ ବିଶ୍ୱନାଥ କରଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରି କହିଥିଲେ ମାହାଙ୍ଗା ମାଟିର ଯଶସ୍ବୀ ପୁରୁଷ ବାଗ୍ମୀ ବିଶ୍ୱନାଥ କରଙ୍କ ପାଇଁ କେବଳ ଓଡିଆ ଜାତି ଗର୍ବିତ ନୁହେଁ, ବରଂ ଏଭଳି ଜଣେ କୃତବିଦ୍ୟ ପୁରୁଷଙ୍କ ପାଇଁ ସାରା ଓଡିଶା ବିଶ୍ୱ ଦରବାରରେ ଗୌରାବାନ୍ୱିତ ହୋଇପାରିଛି।

ସେହିପରି ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗ ଦେଇ କହିଥିଲେ ବାଗ୍ମୀ ବିଶ୍ୱନାଥଙ୍କୁ ଓଡ଼ିଆ ଭାଷା ସାହିତ୍ୟର ନମସ୍ୟ ପୁରୁଷ ବୋଲି କହୁଥିଲେ। ସେ ଏକାଧାରରେ ଶିକ୍ଷାବିତ, ସାହିତ୍ୟିକ, ସମାଜ ସଂସ୍କାରକ ବୋଲି ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ସତ୍ୟ ନାରାୟଣ, ସସ୍ମିତା ଦାସ, ମୁସିଦ ରିୟାଜୁଲ ହୋଦା, ପ୍ରଶାନ୍ତ କର, ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ସୁରକ୍ଷା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭିତ୍ତି ପ୍ରତିଷ୍ଠା କ୍ଷେତ୍ରରେ ବାଗ୍ମୀ ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ ବୋଲି ଜୟନ୍ତୀ ସଭାରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରର ନାଟ୍ୟକାର ରାଧାନାଥ ବଳବନ୍ତରାୟଙ୍କ ଲିଖିତ ପୁସ୍ତକ ରାମଲୀଳା ଗୀତିନାଟ୍ୟବଳୀକୁ ଅତିଥିମାନେ ଉନ୍ମୋଚନ କରିବା ସହିତ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ |

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc