ଭୁବନେଶ୍ୱର : ନୂଆବର୍ଷ ସେଲିବ୍ରେସନକୁ ନେଇ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି ସମସ୍ତେ | ଏହି ସମୟରେ ନୂଆବର୍ଷକୁ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ସେନେଇ ଉଭୟ କମିଶନରେଟ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ପ୍ଲାନ। ତେବେ ନୂଆ ବର୍ଷକୁ ନେଇ ଜିରୋ ନାଇଟ ସେଲିବ୍ରେସନ ନେଇ ହୋଟେଲ, ପବ୍, ଡ୍ୟାନ୍ସ ବାର୍ ଆଦି ପ୍ରସ୍ତୁତ ହୋଇଛି। ତେବେ ରାତି ମତୁଆଲା ଲାଗି ପ୍ରସ୍ତୁତ ହୋଇଥିବା ବେଳେ ସେମାନଙ୍କ ଉପରେ ନିଜର ରଖିଛି ଅବକାରୀ ବିଭାଗ। ରାତି ୧୨ ଟା ରାତି ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି। କିନ୍ତୁ ୩୧ ତାରିଖ ରାତିରେ ଜିରୋ ନାଇଟ ଉତ୍ସବ ପାଳନ ନେଇ କୌଣସି କାର୍ଯ୍ୟକ୍ରମ ଲାଗି ଘରୋଇ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ମିଳିବ ନାହିଁ। ଏଥି ସହ ଅମାନିଆଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି।
ସେହିପରି ଭୁବନେଶ୍ୱରରରେ ଡିଜେ ବଜାଇବା ନେଇ ପୁଲିସ ଅନୁମତିର ଆବଶ୍ୟକ ରହିଛି। ତେଣୁ ଲୁଚାଛପାରେ ଚଳାଇବାକୁ କେତେକ ଯୋଜନା କରିଛନ୍ତି। ଅନ୍ୟପକ୍ଷରେ ନୂଆବର୍ଷ ଆଗକୁ ଥିବା ବେଳେ ସହରକୁ ରୂପଜୀବୀ ଆସିବାର ଆଶଙ୍କା କରାଯାଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଡିସେମ୍ୱର ୩୧ ଓ ଜାନୁଆରୀ ୧ ତାରିଖରେ ଭୁବନେଶ୍ୱର ପୁଲିସ ବ୍ୟାପକ ଭାବେ ପହରା ମାରିବ। ଭିଡ଼ ନିୟନ୍ତ୍ରଣ ଓ ମଦ୍ୟପଙ୍କ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପେଟ୍ରୋଲିଂ କରିବା ସହ ନାକାବନ୍ଦୀ ହେବ। ମଦ୍ୟପ ଚାଳକଙ୍କୁ ଧରିବା ଲାଗି ସମସ୍ତ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।